ଦୀପାବଳିରେ ବାତ୍ୟା, ୨୦ରୁ ଲଘୁଚାପ

ଦୀପାବଳିରେ ବାତ୍ୟା, ୨୦ରୁ ଲଘୁଚାପ

୨୦ ତାରିଖରେ ଲଘୁଚାପ ସୃଷ୍ଟି ପରେ ୨୩ ତାରିଖରେ ଏହା ଅଧିକ ଘନୀଭୂତ ହେବ। ୨୪ରେ ଏହା ସମୁଦ୍ରରେ ଥିବା ବେଳେ ଏକ ଛୋଟ ଧରଣର ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି।

ରାଜ୍ୟରେ ଆଜି ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଥିବା ବେଳେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ନାହିଁ। ଆସନ୍ତା ୨ ଦିନ ମଧ୍ୟରେ ଝାଡ଼ଖଣ୍ଡ ଓ ଓଡ଼ିଶାର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ଫେରିଯିବା ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଫଳରେ ୧୮ ତାରିଖ ଆଡ଼କୁ ଓଡ଼ିଶାର କିଛି ଆଭ୍ୟନ୍ତରୀଣ ଜିଲ୍ଲାରୁ ମୌସୁମୀ ଫେରିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ୨୦ ତାରିଖରେ ଲଘୁଚାପ ସୃଷ୍ଟି ପରେ ୨୩ ତାରିଖରେ ଏହା ଅଧିକ ଘନୀଭୂତ ହେବ। ୨୪ରେ ଏହା ସମୁଦ୍ରରେ ଥିବା ବେଳେ ଏକ ଛୋଟ ଧରଣର ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୬୮ କିମି ରହିବ। ୨୫ ତାରିଖ ବେଳକୁ ଏହା ଆନ୍ଧ୍ରପ୍ରଦେଶ ବା ସଂଲଗ୍ନ ଓଡ଼ିଶା ଉପକୂଳରେ ରହିପାରେ। ଏହାର ପ୍ରଭାବରେ ୨୪ ଓ ୨୫ ତାରିଖ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। ୨୨ ତାରିଖରୁ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେବାର ଆକଳନ କରାଯାଉଛି। ଯଦି ହୁଏ, ତେବେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ସମ୍ଭାବନାକୁ ଏଡ଼ାଯାଇନପାରେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.