ରିଲିଜ୍ ହେଲା ‘ଦମନ’ର ହିନ୍ଦୀ ଟ୍ରେଲର, ଆସନ୍ତା ମାସ ପରଦାକୁ ଆସିବ ଫିଲ୍ମ

ରିଲିଜ୍ ହେଲା ‘ଦମନ’ର ହିନ୍ଦୀ ଟ୍ରେଲର, ଆସନ୍ତା ମାସ ପରଦାକୁ ଆସିବ ଫିଲ୍ମ

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଥିବା ଚଳଚ୍ଚିତ୍ର ‘ଦମନ’କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ସ୍ଥାନରେ ମୁକ୍ତିଲାଭ କରି ଦର୍ଶକଙ୍କ ଅଜସ୍ର ଭଲପାଇବା ସାଉଁଟିବା ପରେ ଏହାର ହିନ୍ଦୀ ଡବିଂ କରିବାକୁ ଘୋଷଣା କରାଯାଇଥିଲା।

ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଥିବା ଚଳଚ୍ଚିତ୍ର ‘ଦମନ’କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ସ୍ଥାନରେ ମୁକ୍ତିଲାଭ କରି ଦର୍ଶକଙ୍କ ଅଜସ୍ର ଭଲପାଇବା ସାଉଁଟିବା ପରେ ଏହାର ହିନ୍ଦୀ ଡବିଂ କରିବାକୁ ଘୋଷଣା କରାଯାଇଥିଲା। ସେବେଠାରୁ ଏହାର ହିନ୍ଦୀ ଟ୍ରେଲରକୁ ଲୋକେ ଅପେକ୍ଷା କରିଥିଲେ। ତେବେ ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ଶୁକ୍ରବାର ରିଲିଜ୍ ହୋଇଛି ‘ଦମନ’ର ହିନ୍ଦୀ ଟ୍ରେଲର। ପାନୋରାମା ଷ୍ଟୁଡିଓଜ୍‌ ‘ଦମନ’ର ଅଫିସିଆଲ୍‌ ଟ୍ରେଲର୍‌କୁ ନିଜ ୟୁଟ୍ୟୁବ୍‌ ପେଜ୍‌ରେ ଅପ୍‌ଲୋଡ଼୍‌ କରିଛି। ଫେବୃୟାରୀ ୩ ତାରିଖରେ ମୁକ୍ତିଲାଭ କରିବ ‘ଦମନ’ର ହିନ୍ଦୀ ଭର୍ସନ।ସତ୍ୟ ଘଟଣା ଉପରେ ଆଧାରିତ ତଥା ଓଡ଼ିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଉପରେ ପର୍ଯ୍ୟବସିତ ଏହି ଚଳଚ୍ଚିତ୍ରଟି ସମସ୍ତଙ୍କ ମନ କିଣିଥିଲା। ଏଥିରେ ମୁଖ୍ୟ ଭୂମିକ‌ାରେ ଅଭିନୟ କରିଥିବା ଅଭିନେତା ବାବୁସାନ ମହାନ୍ତିଙ୍କ ନିଖୁଣ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। ଲୋକପ୍ରିୟତା ବଢ଼ିବା ପରେ ଏହି ଚଳଚ୍ଚିତ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରମୁକ୍ତ ଘୋଷଣା କରିଥିଲେ। ଭିଶାଲ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ନିର୍ଦେଶିକ ଏହି ଚଳଚ୍ଚିତ୍ର ଦୀପେନ୍ଦ୍ର ସାମଲ, କୁମାର ମଙ୍ଗତ ପାଠକ ଓ ଅଭିଷେକ ପାଠକଙ୍କ ପ୍ରଯୋଜନାରେ ନିର୍ମିତ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.