ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବିରେ ଆଜି ରାଜଧାନୀରେ ଗର୍ଜିବେ ପାଇକ

ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବିରେ ଆଜି ରାଜଧାନୀରେ ଗର୍ଜିବେ ପାଇକ

୧୮୧୭ରେ ବ୍ରିଟିଶ ଶାସନ ବିରୋଧରେ ଜୋରଦାର ଲଢ଼େଇ କରିଥିଲେ ପାଇକ । ୧୮୧୭ରୁ ୧୮୨୫ ପର୍ଯ୍ୟନ୍ତ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନେତୃତ୍ବରେ ଚାଲିଥିଲା ଘମାଘୋଟ ଲଢ଼େଇ । ଏହା ହିଁ ଥିଲା ବ୍ରିଟିଶ ବିରୋଧରେ ପ୍ରଥମ ସଶସ୍ତ୍ର ବିଦ୍ରୋହ ।

ଆଜି ରାଜ୍ୟ ଦେଖିବ ବିଶାଳ ପାଇକ ଆଖଡ଼ା ଜନଗର୍ଜନ ସମାବେଶ । ରାଜଧାନୀରେ ପୁଣି ଗର୍ଜିବେ ପାଇକ । ୧୮୧୭ ମସିହାର ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦାବିରେ ସମାବେଶ ଅନୁଷ୍ଠିତ ହେବ । ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ କରିବାକୁ ମଧ୍ୟ ଦାବି ହୋଇଛି । ଆଜି ଖୋର୍ଦ୍ଧା ବରୁଣେଇରୁ ବାହାରି ଖୋର୍ଦ୍ଧା ସହର ପରିକ୍ରମା କରି ମାଷ୍ଟରକ୍ୟାଣ୍ଟିନରୁ ରାମ ମନ୍ଦିର ପର୍ଯ୍ୟନ୍ତ ରାଲି କରାଯିବ । ଏହାପରେ ପ୍ରଦର୍ଶନୀ ପଡ଼ିଆଠାରେ ହେବ ସମାବେଶ । 

 

୧୮୧୭ରେ ବ୍ରିଟିଶ ଶାସନ ବିରୋଧରେ ଜୋରଦାର ଲଢ଼େଇ କରିଥିଲେ ପାଇକ । ୧୮୧୭ରୁ ୧୮୨୫ ପର୍ଯ୍ୟନ୍ତ ବକ୍ସି ଜଗବନ୍ଧୁ ବିଦ୍ୟାଧରଙ୍କ ନେତୃତ୍ବରେ ଚାଲିଥିଲା ଘମାଘୋଟ ଲଢ଼େଇ । ଏହା ହିଁ ଥିଲା ବ୍ରିଟିଶ ବିରୋଧରେ ପ୍ରଥମ ସଶସ୍ତ୍ର ବିଦ୍ରୋହ । ୨୦୧୭ ମସିହାରେ ରାଜ୍ୟ ସରକାର ଏହି ଲଢ଼େଇକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ସଂକଳ୍ପ ପାରିତ କରି କେନ୍ଦ୍ରକୁ ପଠାଇଥିଲେ । ୨୦୧୯ରେ ଖୋର୍ଦ୍ଧା ବରୁଣେଇକୁ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଦୋହରାଇଥିଲେ । କିନ୍ତୁ ୨୦୨୧ ଡ଼ିସେମ୍ବର ୩ ତାରିଖରେ ସଂସଦରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼କର ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଦେଇ ହେବ ନାହିଁ ବୋଲି କହିଥିଲେ । କେନ୍ଦ୍ର ସରକାର ବାରମ୍ବାର ଓଡ଼ିଶା ସରକାର ଏବଂ ପାଇକ ମହାସଂଘ ଦାବିକୁ ଗ୍ରହଣ କରୁନଥିବାରୁ ଆଗକୁ ଦିଲ୍ଲୀରେ ମହା ସମାବେଶ କରାଯାଇ କେନ୍ଦ୍ର ସରକାର ବିରୋଧରେ ଜୋରଦାର ଗର୍ଜନ ସମାବେଶର ଯୋଜନା ରହିଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.