ଧନଦାତ୍ରୀଙ୍କୁ ପ୍ରସନ୍ନ କରିବା ପାଇଁ ଘରେ ନିୟମିତ କରନ୍ତୁ ଏହି କାମ

ଧନଦାତ୍ରୀଙ୍କୁ ପ୍ରସନ୍ନ କରିବା ପାଇଁ ଘରେ ନିୟମିତ କରନ୍ତୁ ଏହି କାମ

ଯଦି ଆପଣଙ୍କ ଘରେ ସକରାତ୍ମକ ଶକ୍ତି ଅଧିକ ଥାଏ, ତେବେ ଘରର ସମସ୍ତ ସଦସ୍ୟଙ୍କ ମନ ସକରାତ୍ମକ ରହିବ ଏବଂ ଘରକୁ ଲକ୍ଷ୍ମୀଙ୍କ ଆଗମନ ହେବ । ଏହାବ୍ୟତିତ ନକରାତ୍ମକ ଶକ୍ତି ବ୍ୟକ୍ତିଙ୍କ ଅସଫଳ କରାଇଥାଏ । ଏହାସହିତ ଧନ ହାନି ।

ଆଜିକାଲିର ଯୁଗରେ ବ୍ୟକ୍ତିଙ୍କ ପାଇଁ ଟଙ୍କା ନିହାତି ଆବଶ୍ୟକ । ଟଙ୍କା ବିନା ସବୁ କିଛି ଅସମ୍ଭବ । ସେଥିପାଇଁ ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କର ବ୍ୟାଙ୍କ ବାଲାନ୍ସ ବଢାଇବା ଚିନ୍ତାରେ ରହିଥାନ୍ତି । ନିଜର କଠିନ ପରିଶ୍ରମ ଦ୍ୱାରା ହିଁ ଆପଣ ଆପଣଙ୍କର ସ୍ଥିତିର ସୁଧାର କରିପାରିବେ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆର୍ଥିକ ସ୍ଥିତିକୁ ମଜବୁତ କରିବାରେ ଆପଣଙ୍କ ଘରର ଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ । ଯଦି ଆପଣଙ୍କ ଘରେ ସକରାତ୍ମକ ଶକ୍ତି ଅଧିକ ଥାଏ, ତେବେ ଘରର ସମସ୍ତ ସଦସ୍ୟଙ୍କ ମନ ସକରାତ୍ମକ ରହିବ ଏବଂ ଘରକୁ ଲକ୍ଷ୍ମୀଙ୍କ ଆଗମନ ହେବ । ଏହାବ୍ୟତିତ ନକରାତ୍ମକ ଶକ୍ତି ବ୍ୟକ୍ତିଙ୍କ ଅସଫଳ କରାଇଥାଏ । ଏହାସହିତ ଧନ ହାନି । ଏହି ସବୁ କଥାକୁ ଦୃଷ୍ଟିରେ ରଖି ଆଜି ଆମେ କିଛି ବିଶେଷ ଉପାୟ କହିବାକୁ ଯାଉଛୁ । ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଏହି କାମକୁ ନିୟମିତ କରିବେ ତେବେ ଆପଣଙ୍କ ଘରେ ଧନ ବୃଦ୍ଧି ହେବ । ପ୍ରକୃତରେ ଏହି ସବୁ କାମ ଘରର ସକରାତ୍ମକ ଶକ୍ତି ବୃଦ୍ଧି କରାଇଥାଏ ।

ରଙ୍ଗୋଲି କରିବା: ସାଧାରଣତଃ ଲୋକେ ସ୍ୱତନ୍ତ୍ର ଉତ୍ସବରେ ଘରେ ରଙ୍ଗୋଲି ବନାଇ ଥାନ୍ତି । କିନ୍ତୁ ଯଦି ଆପଣ ଘରେ ନିୟମିତ ରଙ୍ଗୋଲି ତିଆରି କରିବେ ତେବେ ମା’ ଲକ୍ଷ୍ମୀଙ୍କ କୃପା ଲାଭ ହେବ । ଆପଣ ଘରେ ଏକ ଛୋଟିଆ ରଙ୍ଗୋଲି ବି ତିଆରି କରିପାରିବେ ।

କର୍ପୂର ଜଳାନ୍ତୁ:- ଘରେ ନିୟମିତ ସନ୍ଧ୍ୟାରେ ଆଳତୀ କରନ୍ତୁ । ଏହି ଆଳତୀର ସୁଗନ୍ଧରେ ଆପଣଙ୍କ ଘରେ ଏକ ସକରାତ୍ମକ ଶକ୍ତିର ପ୍ରଭାବ ଆରମ୍ଭ ହୋଇଥାଏ ।

ଘରେ ପ୍ରବେଶ କଲେ ଡାହଣ ପାଦ ପକାନ୍ତୁ:- ଯେତେବେଳେ ଆପଣ ଘରେ ବା ଅଫିସ୍ ରେ ପ୍ରବେଶ କରୁଛନ୍ତି , ସେହି ସମୟରେ ପ୍ରଥମେ ଡାହାଣ ପାଦ ପ୍ରଥମେ ପକାନ୍ତୁ । ଏଭଳି କରିବା ଶୁଭ ହୋଇଥାଏ ।

ଘର ପୋଛା ପାଣି: ଯେତେବେଳେ ଆପଣ ଘର ପୋଛା ମାରୁଛନ୍ତି ସେହି ପାଣିକୁ କଦାପି ବାଥରୁମ୍ ରେ ପକାନ୍ତୁ ନାହିଁ । ଏହି ପାଣିକୁ ଆପଣ ଘରର ବାହାରେ ପକାନ୍ତୁ । ଏଭଳି କରିବା ଦ୍ୱାରା ଘରର ନକରାତ୍ମକ ଶକ୍ତି ଦୂର ହେବ ।

ପଶୁଙ୍କ ଭୋଜନ କରାଇବା: ଗାଇ, କୁକୁର, ବିଲେଇ ଆଦି ଯେକୌଣସି ପଶୁକୁ ଭୋଜନ କରାଇବା ଦ୍ୱାରା ପୂଣ୍ୟ ପ୍ରାପ୍ତି ହୋଇଥାଏ । ଆପଣ ପକ୍ଷୀ ମାନଙ୍କ ପାଇଁ ବି ଦାନା ପକେଇ ପାରିବେ । ଏଭଳି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ । ଆପଣଙ୍କରଏଭଳି ଦୟାଭାବନା ଦେଖି ଭଗବାନ ବି ଖୁସି ହୋଇଯାଇଥାନ୍ତି ।

ପଢନ୍ତୁ:ଆସନ୍ତୁ ଜାଣିବା ଆଇନା ବା ଦର୍ପଣ ଲଗାଇବାର ସଠିକ ଦିଗ ସମ୍ପର୍କରେ

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.