ଘରର ଏହି କୋଣରେ ଲଗାନ୍ତୁ ଧୂପକାଠି ଶୀଘ୍ର ପ୍ରସନ୍ନ ହୋଇଯିବେ ମା’ ଲକ୍ଷ୍ମୀ

ଘରର ଏହି କୋଣରେ ଲଗାନ୍ତୁ ଧୂପକାଠି ଶୀଘ୍ର ପ୍ରସନ୍ନ ହୋଇଯିବେ ମା’ ଲକ୍ଷ୍ମୀ

ପ୍ରତ୍ୟେକ ଘରମାନଙ୍କରେ ଦେବା-ଦେବୀଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ଶାସ୍ତ୍ର ଅନୁସାରେ ଦିନକୁ ଦୁଇ ଥର ମାନେ ସକାଳ ଏବଂ ସନ୍ଧ୍ୟାରେ ଭଗବାନଙ୍କ ପୂଜା କରିବା ଉଚିତ୍ । ଘରେ ଭଗବାନ୍ ଙ୍କ ପୂଜା କରିବା ଦ୍ୱାରା ଅନେକ ଲାଭ ହୋଇଥାଏ ।

ପ୍ରତ୍ୟେକ ଘରମାନଙ୍କରେ ଦେବା-ଦେବୀଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ଶାସ୍ତ୍ର ଅନୁସାରେ ଦିନକୁ ଦୁଇ ଥର ମାନେ ସକାଳ ଏବଂ ସନ୍ଧ୍ୟାରେ ଭଗବାନଙ୍କ ପୂଜା କରିବା ଉଚିତ୍ । ଘରେ ଭଗବାନ୍ ଙ୍କ ପୂଜା କରିବା ଦ୍ୱାରା ଅନେକ ଲାଭ ହୋଇଥାଏ । ସାଧାରଣରେ ଘରେ ପୂଜାକଲା ବେଳେ ଧୂପ ଏବଂ ଦୀପ ଲଗା ଯାଇଥାଏ । କୁହାଯାଏ କି ଘରେ ଧୂପ ଲଗାଇବା ଦ୍ୱାରା ଶୁଦ୍ଧ ବାତାବରଣ ସୃଷ୍ଟି ହୋଇଥାଏ ।

୧) ସାଧାରଣତଃ ଆପଣମାନେ ଘରେ ଭଗବାନଙ୍କ ସମ୍ମୁଖରେ ଧୂପ ଲଗାଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଭଗବାନଙ୍କୁ ପୂଜା କରିସାରିବା ପରେ ଘରର ଏକ ବିଶେଷ କୋଣରେ ଧୂପକାଠି ଲଗାଯାଇଥାଏ । ଏହାଦ୍ୱାରା ଅନେକ ଉପକାରୀ ହୋଇଥାଏ । ବାସ୍ତୁ ଅନୁସାରେ ଆପଣ ଘରର କୌଣସି ଏକ ଖାସ୍ କୋଣରେ ଯଦି ଧୂପ ଲଗାଉଛନ୍ତି, ତେବେ ଆପଣଙ୍କ ଘରର ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏବଂ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । ଏହାସହିତ ଘରର ସଦସ୍ୟଙ୍କ ମନରେ ସକରାତ୍ମକ ମନଭାବ ସୃଷ୍ଟି ହୋଇଥାଏ । ଘରେ କଳି ଝଗଡା ଦେଖିବାକୁ ମିଳେନାହିଁ । ଯେଉଁଘରେ ସକରାତ୍ମକ ଶକ୍ତି ଅଧିକ ଥାଏ ସେଠାରେ ମା’ ଲକ୍ଷ୍ମୀ ବାସ କରିଥାନ୍ତି । ଯାହାଫଳରେ ଆର୍ଥିକ ସମସ୍ୟା ଦୂର ହୋଇଥାଏ । ସେଥିପାଇଁ ଘରର ସଠିକ୍ କୋଣରେ ଧୂପ ଲଗାଇବାର ମହତ୍ୱ ଅଧିକ ବଢିଯାଇଛି । ତେବେ ଆସନ୍ତୁ ଜାଣିବା ଘରର କେଉଁ କୋଣରେ ଧୂପ ଲଗାଇବା ଉଚିତ୍ ।

୨) ବାସ୍ତୁ ଅନୁଯାୟୀ ଘରର ଦକ୍ଷୀଣ ଦିଗରେ ଧୂପକାଠି ଲଗାଇବା ଉଚିତ୍ । ଏହାର ପ୍ରକୃତ କାରଣ ହେଉଛି ଘରର ଦକ୍ଷୀଣ କୋଣରେ ସବୁଠାରୁ ଅଧିକ ନକରାତ୍ମକ ଶକ୍ତି ରହିଥାଏ । ଇତିମଧ୍ୟରେ ଯଦି ଆପଣ ଏହି କୋଣରେ ଧୂପ ଲଗାଇବେ ତେବେ ଧୂପକାଠିରୁ ବାହାରୁଥିବା ଧୂଆଁ ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏହାପରେ ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ସେଥିପାଇଁ ଘରର ପ୍ରତ୍ୟେକ ଦିନ ଭଗବାନଙ୍କୁ ପୂଜା କରିସାରିବା ପରେ ଘରର ଦକ୍ଷୀଣ କୋଣରେ ଧୂପକାଠି ଲଗାନ୍ତୁ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.