ଆସନ୍ତାକାଲି ଷ୍ଟିୟରିଂ ଛାଡ ଡାକରା ଦେଇଛି ଓଡିଶା ଡ୍ରାଇଭର ମିଳିତ ମଞ୍ଚ

ଆସନ୍ତାକାଲି ଷ୍ଟିୟରିଂ ଛାଡ ଡାକରା ଦେଇଛି ଓଡିଶା ଡ୍ରାଇଭର ମିଳିତ ମଞ୍ଚ

୧୦ଦଫା ଦାବି ନେଇ ଆସନ୍ତାକାଲି ଷ୍ଟିୟରିଂ ଛାଡ ଡାକରା ଦେଇଛି ଓଡିଶା ଡ୍ରାଇଭର ମିଳିତ ମଞ୍ଚ । ଏଭଳି ପରିସ୍ଥିତିରେ ବସ୍ ମାଲିକ ଓ ଡ୍ରାଇଭର ସଂଘ ମୁହାଁମୁହିଁ ହେବାଭଳି ପରିସ୍ଥିତି ଉପୁଜିଛି।

୧୦ଦଫା ଦାବି ନେଇ ଆସନ୍ତାକାଲି ଷ୍ଟିୟରିଂ ଛାଡ ଡାକରା ଦେଇଛି ଓଡିଶା ଡ୍ରାଇଭର ମିଳିତ ମଞ୍ଚ । ଏଭଳି ପରିସ୍ଥିତିରେ ବସ୍ ମାଲିକ ଓ ଡ୍ରାଇଭର ସଂଘ ମୁହାଁମୁହିଁ ହେବାଭଳି ପରିସ୍ଥିତି ଉପୁଜିଛି।  ରାଜ୍ୟର ସମସ୍ତ ରୁଟରେ ଘରୋଇ ବସ ଚାଳିବ ବୋଲି ବସ୍ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସ୍ପଷ୍ଟ କରିଛନ୍ତି । ସେପଟେ ଡ୍ରାଇଭର ସଂଘ ପକ୍ଷରୁ ଆସନ୍ତାକାଲିର ବନ୍ଦ ଡାକରାକୁ ବିରୋଧ କରିଛି ନିଖିଳ ଓଡ଼ିଶା ଅଟୋ ମହାସଂଘ। ଆନ୍ଦୋଳନରୁ ଡ୍ରାଇଭର ଆସୋସିଏସନ ଓହରିବାକୁ ସଂଘ କହିଥିବା ବେଳେ ଆସନ୍ତାକାଲି ଆନ୍ଦୋଳନରେ ସହଯୋଗ କରିବେ ନାହିଁ ବୋଲି ସଂଘ କହିଛି। ଏନେଇ ନିଖିଳ ଓଡ଼ିଶା ଅଟୋ ମହାସଂଘର ସାଧାରଣ ସମ୍ପାଦକ ପଦ୍ମନ କୁମାର ସାମଲ ସୂଚନା ଦେଇଛନ୍ତି।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.