ସ୍ବାସ୍ଥ୍ୟ ଆପ୍ ଜରିଆରେ ୟୁପିଆଇ ଆଇଡି ବ୍ୟବହାର କରି ଅନଲାଇନ ପେମେଣ୍ଟ କରିପାରିବେ ଏମ୍‌ସ ରୋଗୀ

ସ୍ବାସ୍ଥ୍ୟ ଆପ୍ ଜରିଆରେ ୟୁପିଆଇ ଆଇଡି ବ୍ୟବହାର କରି ଅନଲାଇନ ପେମେଣ୍ଟ କରିପାରିବେ ଏମ୍‌ସ ରୋଗୀ

ପ୍ରଥମେ ବ୍ୟକ୍ତିଙ୍କୁ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ‘ଏମ୍‌ସ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍’ ଡାଉନଲୋଡ୍ କରିବାକୁ ପଡ଼ିବ। ଦ୍ୱିତୀୟ ପର୍ଯ୍ୟାୟରେ, ତାଙ୍କୁ ପଞ୍ଜୀକୃତ ମୋବାଇଲ୍ ନମ୍ବର ସହିତ ଲଗ୍ଇନ୍ କରିବାକୁ ହେବ।

ଏଣିକି ଏମ୍‌ସର ବିଲିଂ କାଉଣ୍ଟରରେ ଦୀର୍ଘ ସମୟ ପାଇଁ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଯେକୌଣସି ପ୍ରକାର ସରକାରୀ ବ୍ୟବସ୍ଥାରେ ପ୍ରଥମ ଥର ପାଇଁ ଏମ୍‌ସ ଭୁବନେଶ୍ୱରରେ ଇ-ପେମେଣ୍ଟ ବ୍ୟବସ୍ଥାର ଆରମ୍ଭ ହୋଇଛି। ଏଣିକି ଘରୁ ଥାଇ କିମ୍ବା ଦେଶର ଯେକୌଣସି ସ୍ଥାନରେ ଥାଇ ମଧ୍ୟ ବିଭିନ୍ନ ପ୍ରକାର ପରୀକ୍ଷଣର ପ୍ରାପ୍ୟ ଦାଖଲ କରାଯାଇ ପାରିବ। ଏମ୍‌ସ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍ ଜରିଆରେ ୟୁପିଆଇ ଆଇଡି ବ୍ୟବହାର କରି ବିଭିନ୍ନ କାର୍ଡ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ମାଧ୍ୟମରେ ଏହି ପ୍ରାପ୍ୟ ଦିଆଯାଇ ପାରିବ ବୋଲି ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ଓପିଡି, ପରୀକ୍ଷଣ, ଔଷଧ କିମ୍ବା ଆଡ୍‌ମିସନ ଦେୟ ପାଇଁ ଲାଗୁଥିବା ଲମ୍ବା ଧାଡ଼ି ଏବଂ ଅପେକ୍ଷା କଷ୍ଟର ସମାଧାନ ହେବ ବୋଲି ଆଶା କରାଯାଉଛି। 

ସୂଚନାନୁସାରେ, ଏମ୍‌ସ ଭୁବନେଶ୍ୱରର ଏହି ଇ-ପେମେଣ୍ଟ ବ୍ୟବସ୍ଥାର ଲାଭ ପାଇବାକୁ ହେଲେ, ଜଣେ ବ୍ୟକ୍ତିଙ୍କୁ ନିଜ ମୋବାଇଲ୍‌ରେ କିଛି ପ୍ରକ୍ରିୟା ଅନୁସରଣ କରିବାକୁ ପଡ଼ିବ। ପ୍ରଥମେ ବ୍ୟକ୍ତିଙ୍କୁ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ‘ଏମ୍‌ସ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍’ ଡାଉନଲୋଡ୍ କରିବାକୁ ପଡ଼ିବ। ଦ୍ୱିତୀୟ ପର୍ଯ୍ୟାୟରେ, ତାଙ୍କୁ ପଞ୍ଜୀକୃତ ମୋବାଇଲ୍ ନମ୍ବର ସହିତ ଲଗ୍ଇନ୍ କରିବାକୁ ହେବ। ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ହିତାଧିକାରୀଙ୍କ ମୋବାଇଲ୍‌କୁ ଏକ ଓଟିପି ନମ୍ବର ଆସିବ। ଓଟିପି ନମ୍ବର ଦେବା ପରେ ସ୍ବାସ୍ଥ୍ୟ ଆପ୍‌ର ପେଜ୍ ମୋବାଇଲ୍‌ରେ ଡିସ୍‌ପ୍ଲେ ହେବ। ଏହା ପରେ ଉପଭୋକ୍ତାଙ୍କୁ ବିଲିଂ ପ୍ରକ୍ରିୟା ଚୟନ କରିବାକୁ ପଡିବ, ଯାହା ପରେ ଡିଜିଟାଲ ପେମେଣ୍ଟ ପ୍ରକ୍ରିୟା ଆରମ୍ଭ ହେବ।ଏହି ପର୍ଯ୍ୟାୟରେ ଉପଭୋକ୍ତା ନିଜର ସୁବିଧା ଅନୁଯାୟୀ ଡିଜିଟାଲ୍ ପେମେଣ୍ଟ୍ ବ୍ୟବସ୍ଥା ଚୟନ କରିବେ। ପେମେଣ୍ଟ୍ ପ୍ରକ୍ରିୟା ସମାପ୍ତ ହେବା ପରେ ଏକ ରସିଦ ପ୍ରଦର୍ଶିତ ହେବ, ଯାହା ପରବର୍ତ୍ତୀ ବ୍ୟବହାର ପାଇଁ ଡାଉନ୍‌ଲୋଡ୍ ହୋଇ ବ୍ୟବହାର ହୋଇପାରିବ। ଦେୟ ପ୍ରକ୍ରିୟା ସମାପ୍ତ ହେବା ପରେ ରୋଗୀମାନେ ସିଧାସଳଖ ନମୁନା ସଂଗ୍ରହ କାଉଣ୍ଟର୍‌କୁ ଯାଇପାରିବେ। ନିଜେ କିମ୍ବା ନିଜ ସମ୍ପର୍କୀୟଙ୍କ ମାଧ୍ୟମରେ ଉପରୋକ୍ତ ପ୍ରକ୍ରିୟା ସମାପନ ହୋଇପାରିବ। ଏନେଇ ବିକଶିତ ଆପ୍ ଜରିଆରେ ଖୁବ୍ କମ ସମୟରେ ସମସ୍ତ ପ୍ରକ୍ରିୟା ସମାପନ ହେଉଛି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.