OCS ପରୀକ୍ଷା ଖାତା ଦେଖିବେ ଅଧ୍ୟାପକ

OCS ପରୀକ୍ଷା ଖାତା ଦେଖିବେ ଅଧ୍ୟାପକ

ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା ଖାତା ଅଧ୍ୟାପକମାନେ ଦେଖିବେ । ତେଣୁ ଅଧ୍ୟାପକଙ୍କ ତାଲିକା ଓପିଏସସି ସିଚିବଙ୍କୁ ପ୍ରଦାନ ନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ଓ ସରକାରୀ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା ଖାତା ଅଧ୍ୟାପକମାନେ ଦେଖିବେ । ତେଣୁ ଅଧ୍ୟାପକଙ୍କ ତାଲିକା ଓପିଏସସି ସିଚିବଙ୍କୁ ପ୍ରଦାନ ନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ଓ ସରକାରୀ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି । ତେବେ ଓପିଏସସି ଦ୍ୱାରା ପରିଚାଳିତ ଅନ୍ୟାନ୍ୟ ନିଯୁକ୍ତିର ପରୀକ୍ଷା ଖାତା ମଧ୍ୟ ଅଧ୍ୟାପକମାନେ ଦେଖିବେ ବୋଲି କୁହାଯାଇଛି ।

ତେବେ ଓସିଏସ ପ୍ରାର୍ଥୀଙ୍କ ପରୀକ୍ଷା ଖାତା ପ୍ରଫେସର, ଆସୋସିଏଟ୍ ପ୍ରଫେସର କିମ୍ବା ଶିକ୍ଷାଦାନ କ୍ଷେତ୍ରରେ ୩ ବର୍ଷର ଅଭିଜ୍ଞତା ଥିବା ଆସିଷ୍ଟାଣ୍ଡ ପ୍ରଫେସର ପାହ୍ୟାର ଫାକଲ୍ଟି ଦେଖିବାକୁ ଯୋଗ୍ୟ ବିବେଚିତ ହେବେ । ଅଧ୍ୟାପକମାନେ ଅତିରିକ୍ତ ଦାୟିତ୍ୱ ଭାବେ ୧୦-୧୨ ଦିନ ପର୍ଯ୍ୟନ୍ତ ୩୨ଟି ବିଷୟର ଦୀର୍ଘ ଉତ୍ତରମୂଳକ ବିଷୟର ମୂଲ୍ୟାଙ୍କନ କରିବେ । ଅଧ୍ୟକ୍ଷ ଓ କୁଳପତିମାନେ ଅଧ୍ୟାପକଙ୍କ ତାଲିକା ବିଭାଗକୁ ପ୍ରଦାନ କରିବେ ।

ନିର୍ଦ୍ଦେଶ ମିଳିବା ପରେ ତାଲିକାରେ ସାମିଲ ଥିବା ଅଧ୍ୟାପକମାନେ ଖାତା ଦେଖିବାକୁ ଯିବେ । ଅଧ୍ୟାପକମାନେ ଯେଉଁ ବିଷୟରେ ପଢ଼ାଉଥିବେ, ଉକ୍ତ ବିଷୟରେ ସେମାନଙ୍କୁ ଖାତା ଦେଖିବାକୁ ଦିଆଯିବ । ଅଧ୍ୟାପକଙ୍କ ନାମ ସମେତ ମେଲ୍ ଆଇଡି ଓ ଫୋନ୍ ନମ୍ବରର ତାଲିକା ମଧ୍ୟ ପ୍ରଦାନ କରାଯିବ । ପରୀକ୍ଷା ଖାତା ଦେଖା ପ୍ରକ୍ରିୟାକୁ ସୁଚାରୁରୂପେ ସମ୍ପାଦନ କରିବା ସହିତ ସଠିକ୍ ସମୟରେ ସାରିବା ନେଇ ଓପିଏସସି ପକ୍ଷରୁ ଯଥାସମ୍ଭବ ପ୍ରୟାସ କରାଯାଉଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.