ବୋର୍ଡ ପରୀକ୍ଷା ପ୍ରସ୍ତୁତି ପାଇଁ ଏଣିକି ମନ୍ଦିର ମସଜିଦ୍‌ର ମାଇକ୍‌ରେ ଉଠିବେ ଛାତ୍ରଛାତ୍ରୀ

ବୋର୍ଡ ପରୀକ୍ଷା ପ୍ରସ୍ତୁତି ପାଇଁ ଏଣିକି ମନ୍ଦିର ମସଜିଦ୍‌ର ମାଇକ୍‌ରେ ଉଠିବେ ଛାତ୍ରଛାତ୍ରୀ

ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସକାଳୁ ଉଠାଇବା ପାଇଁ ମନ୍ଦିର, ମସଜିଦ ଓ ଗୁରୁଦ୍ବାରରୁ ମାଇକ୍‌ରେ ଡକାଯିବ । ପରୀକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି ହରିୟାଣା ଶିକ୍ଷା ବିଭାଗ ।

ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସକାଳୁ ଉଠାଇବା ପାଇଁ ମନ୍ଦିର, ମସଜିଦ ଓ ଗୁରୁଦ୍ବାରରୁ ମାଇକ୍‌ରେ ଡକାଯିବ । ପରୀକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେବାକୁ ସ୍ଥିର କରିଛନ୍ତି ହରିୟାଣା ଶିକ୍ଷା ବିଭାଗ । ପରୀକ୍ଷାରେ ଛାତ୍ରଛାତ୍ରୀ ଯେଭଳି ଭଲ ଲେଖିବେ ସେଥିପ୍ରତି ଧ୍ୟାନ ଦେଇଛି ଶିକ୍ଷା ବିଭାଗ । ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଉଠାଇବାକୁ ନୂଆ ତରିକା ଖୋଜି ବାହାର କରାଯାଇଛି । ସକାଳ ୪.୩୦ ବେଳେ ସମସ୍ତ ଧାର୍ମିକ ସ୍ଥଳରୁ ମାଇକ୍‌ରେ ଡାକିବାକୁ ସ୍ଥିର କରାଯାଇଛି ।ଏହାପରେ ୫ଟା ସୁଦ୍ଧା ପାଠପଢ଼ା ଆରମ୍ଭ କରି ପାରିବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ଯେଭଳି ୫.୧୫ ସୁଦ୍ଧା ପାଠ ପଢ଼ିବେ ସେଥିପାଇଁ ତଦାରଖ କରିବେ ହ୍ବାଟ୍‌ସ୍‌ ଆପ୍‌ ଜରିଆରେ ତଦାରଖ କରିବେ ଶିକ୍ଷକ ଓ ଶିକ୍ଷୟିତ୍ରୀ । ଛାତ୍ରଛାତ୍ରୀ ଅନ୍ୟୁନ ତିନି ଘଣ୍ଟା ପାଠ ପଢ଼ି ପାରିବେ ବୋଲି କହିଛି ବୋର୍ଡ । ପ୍ରାଥମିକ ସ୍ଥରରେ ଏହା କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ କରାଯାଇଛି ।

ପରୀକ୍ଷାକୁ ଛୁଟିରେ ରଖି ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶୀତକାଳିନ ଛୁଟି ମିଳିବ ନାହିଁ । ଏହାପରେ ସକାଳ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ କ୍ଲାସ୍‌ ଚାଲିବ । ଶିକ୍ଷା ବିଭାଗ ପକ୍ଷରୁ ଗ୍ରାମ ପଞ୍ଚାୟତ ସଦସ୍ୟଙ୍କୁ ଅପିଲ୍‌ କରାଯିବ । ଯାହାଦ୍ବାରା ସେମାନେ ଗଆଁରେ ପାଠପଢ଼ା ମାହୋଲ ରଖି ପାରିବେ । ତାସହିତ ଏଠାରେ ଥିବା ଧାର୍ମିକ ସ୍ଥଳରୁ ମାଇକ୍‌ ସାହାଯ୍ୟରେ ଛାତ୍ରଛାତ୍ରୀଙ୍କୁ ଉଠାଇବାକୁ ବ୍ୟବସ୍ଥା କରିବେ । ଏହାଦ୍ବାରା ଛାତ୍ରଛାତ୍ରୀଙ୍କୁ ଦୁଇରୁ ତିନି ଘଣ୍ଟା ପାଠ ପଢ଼ିବାକୁ ଅଧିକ ସମୟ ମିଳିବ । ଶିକ୍ଷା ବିଭାଗ ମୁତାବକ ଚଳିତ ବର୍ଷ ହରିୟାଣା ବୋର୍ଡ ପରୀକ୍ଷା ପାଇଁ ଦଶମ ଶ୍ରେଣୀରେ ପ୍ରାୟ ୧.୯୫ ଲକ୍ଷ ଓ ଦ୍ବାଦଶ ଶ୍ରେଣୀରେ ୧.୭୫ ଲକ୍ଷ ପରୀକ୍ଷାର୍ଥୀ ରହିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.