ଚଳିତବର୍ଷ ପ୍ରତ୍ୟେକ ପୂଜା ମଣ୍ଡପରେ ବିଦ୍ୟୁତ୍ ମିଟର ଲଗାଯିବ। ଏନେଇ ବିଦ୍ୟୁତ୍ ବିତରକ କମ୍ପାନୀ ଟାଟା ପାୱାର୍ ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ନିଷ୍ପତ୍ତି ହୋଇଛି । ଏହାକୁ ନେଇ ପୂଜା କମିଟି କର୍ମକର୍ତ୍ତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବୁଧବାର କଟକ ମହାନଗର ନିଗମ(ସିଏମ୍ସି)ର ବିଜୁଭବନ ପରିସରରେ ଟିପିସିଓଡିଏଲ୍ ଅଧିକାରୀ ଓ ଶାନ୍ତି କମିଟି କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସିଏମ୍ସି ମେୟର ସୁବାସ ସିଂ ଅଧ୍ୟକ୍ଷତା କରିଥିଲେ। ମଣ୍ଡପଗୁଡିକରେ ବିଦ୍ୟୁତ୍ ମିଟର ନ ବସାଇବାକୁ କମିଟି ପକ୍ଷରୁ ଅନୁରୋଧ କରାଯାଇଥିଲା। ହେଲେ ଏଥିରେ ଟିପିସିଓଡିଏଲ କର୍ତ୍ତୃପକ୍ଷ ଅମଙ୍ଗ ହୋଇଥିଲେ।
ଦୁର୍ଗାପୂଜା ସମୟରେ ବିଭିନ୍ନ ପୂଜା କମିଟି ପକ୍ଷରୁ ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକ ସଜ୍ଜା ଉପରେ ଗୁରୁତ୍ୱ ଦିଆଯାଇଥାଏ। କଟକର ପ୍ରାୟ ୧୭୦ ମଣ୍ଡପରେ ପୂଜାର ୫ ଦିନ ମଧ୍ୟରେ ୧୦ ଲକ୍ଷ ୟୁନିଟ୍ରୁ ଅଧିକ ବିଦ୍ୟୁତ୍ ବ୍ୟବହାର କରାଯାଉଥିବା ବିଭାଗ ପକ୍ଷରୁ ଆକଳନ କରାଯାଇଛି। ପୂର୍ବରୁ ପୂଜା କମିଟିଗୁଡିକ ପକ୍ଷରୁ ପ୍ରାୟ ୧୦ ହଜାର ଟଙ୍କା ବିଦ୍ୟୁତ୍ ବିଲ୍ ବାବଦକୁ ଅଗ୍ରିମ ପଇଠ କରାଯାଇ ମଣ୍ଡପକୁ ଲାଇନ୍ ନିଆଯାଉଥିଲା। ଏହାପରେ ୫ ଦିନ ଧରି ବିଦ୍ୟୁତ୍ ବ୍ୟବହାର କରାଯାଉଥିଲା। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଟିପିସିଓଡିଏଲ୍ ପକ୍ଷରୁ ମିଟର ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ବୈଠକ ଆରମ୍ଭରୁ ମିଟର ଲାଗିବା ନେଇ ସମସ୍ତ ପୂଜା କମିଟି ସଭାପତି ଓ ସମ୍ପାଦକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିଦ୍ୟୁତ୍ ବିଲ୍ ପଇଠ କରିବାକୁ ଶାନ୍ତି କମିଟି ଓ ପୂଜା କମିଟି ପକ୍ଷରୁ ଦାବି କରାଯାଇଥିଲା। ଏ ଦିଗରେ ବିଧିବଦ୍ଧ ଭାବେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ। ହେଲେ ମଣ୍ଡପଗୁଡିକରେ ନିଶ୍ଚିତ ଭାବେ ମିଟର ଲଗାଯିବ। ମଣ୍ଡପଗୁଡିକୁ ବିଦ୍ୟୁତ୍ ବିଲ୍ରେ କିଛି ରିହାତି କରାଯିବା ନେଇ ପରବର୍ତ୍ତୀ ସମୟରେ ଆପୋସ ଆଲୋଚନାରେ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହୋଇଛି।

ଦୁର୍ଗାପୂଜା ସମୟରେ ବିଭିନ୍ନ ପୂଜା କମିଟି ପକ୍ଷରୁ ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକ ସଜ୍ଜା ଉପରେ ଗୁରୁତ୍ୱ ଦିଆଯାଇଥାଏ। କଟକର ପ୍ରାୟ ୧୭୦ ମଣ୍ଡପରେ ପୂଜାର ୫ ଦିନ ମଧ୍ୟରେ ୧୦ ଲକ୍ଷ ୟୁନିଟ୍ରୁ ଅଧିକ ବିଦ୍ୟୁତ୍ ବ୍ୟବହାର କରାଯାଉଥିବା ବିଭାଗ ପକ୍ଷରୁ ଆକଳନ କରାଯାଇଛି।
Ratnamani Maharana
Shakespeare, in the beautiful garden, among the party. Some of the hall: in fact she was ever to.
Categories
- Nature (11)
- News (7)
- Design (1)
- Entertainment (1)
- Lifestyle (1)
Lastest Posts
L
-
Karan Johar appeals to government to allow cinemas to operate, writes cinemas are safe
30 Dec, 2021 18,675 views -
-
The driver poisoned the trust of the owner: The driver was arrested for stealing the vehicle
03 Oct, 2022 15,678 views -
Your experience on this site will be improved by allowing cookies.
Cookie Policy