ଚଳିତ ବର୍ଷ ବଢିବନି ବିଜୁଳି ଦର

ଚଳିତ ବର୍ଷ ବଢିବନି ବିଜୁଳି ଦର

ରାଜ୍ୟବାସୀଙ୍କ ଲାଗି ଖୁସି ଖବର । ଚଳିତ ଆର୍ଥିକ ବର୍ଷରେ ମଧ୍ୟ ବଢ଼ିବନି ବିଦ୍ୟୁତ ଦର । 2022-23 ପରି 2023-24 ଆର୍ଥିକ ବର୍ଷରେ ଅପରିବର୍ତ୍ତିତ ରହିବ ବିଜୁଳି ଦର । ଏହା ସହ ଗ୍ରାମାଞ୍ଚଳ ଗ୍ରାହକଙ୍କ ପାଇଁ 10 ପଇସା ରିହାତି ବ୍ୟବସ୍ଥା କରାଯାଇଛି ।

ରାଜ୍ୟବାସୀଙ୍କ ଲାଗି ଖୁସି ଖବର । ଚଳିତ ଆର୍ଥିକ ବର୍ଷରେ ମଧ୍ୟ ବଢ଼ିବନି ବିଦ୍ୟୁତ ଦର । 2022-23 ପରି 2023-24 ଆର୍ଥିକ ବର୍ଷରେ ଅପରିବର୍ତ୍ତିତ ରହିବ ବିଜୁଳି ଦର । ଏହା ସହ ଗ୍ରାମାଞ୍ଚଳ ଗ୍ରାହକଙ୍କ ପାଇଁ 10 ପଇସା ରିହାତି ବ୍ୟବସ୍ଥା କରାଯାଇଛି । ସେହିପରି ଶୀତଳ ଭଣ୍ଡାର ପାଇଁ ୟୁନିଟ ପିଛା 1 ଟଙ୍କା 60 ପଇସା ରିହାତି ବ୍ୟବସ୍ଥା କରାଯାଇଛି । ସାଧାରଣ ଉପଭୋକ୍ତା ଡିଜିଟାଲ ମୋଡ଼ରେ ପେମେଣ୍ଟ କଲେ ୪ ପ୍ରତିଶତ ରିହାତି ମିଳିବ।  ପୂର୍ବରୁ ଏହା ୩  ପ୍ରତିଶତ ମିଳୁଥିଲା । ଲଗାତାର ଦ୍ୱିତୀୟ ବର୍ଷ ପାଇଁ ସାଧାରଣ ଉପଭୋକ୍ତାଙ୍କ ନିମନ୍ତେ ଟାରିଫ ବୃଦ୍ଧି ହୋଇନାହିଁ। କମିଶନ ବିଭିନ୍ନ ବିଦ୍ୟୁତ ବିତରଣ କମ୍ପାନୀଙ୍କୁ ନେଇ ଫେବୃଆରୀ ୧୩ ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ARR ଏବଂ ଟାରିଫ ଶୁଣାଣି କରିଥିଲେ। ଆସନ୍ତା ଏପ୍ରିଲ ପହିଲାରୁ ଏହି ବ୍ୟବସ୍ଥା ଲାଗୁ ହେବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଓଇଆରସି ସଚିବ ପ୍ରିୟବ୍ରତ ପଟ୍ଟନାୟକ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.