ଜଟିଳ ହେଉଛି ଋଷ-ୟୁକ୍ରେନ ଯୁଦ୍ଧ: ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ କହିଲା ଭାରତୀୟ ଦୂତାବାସ

ଜଟିଳ ହେଉଛି ଋଷ-ୟୁକ୍ରେନ ଯୁଦ୍ଧ: ୟୁକ୍ରେନରେ ରହୁଥିବା ଭାରତୀୟଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ କହିଲା ଭାରତୀୟ ଦୂତାବାସ

ସାମରିକ ଆଇନ ଲାଗୁ କରାଯିବା ପରେ ଖେରସନରୁ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ୟୁକ୍ରେନର ଏହି ୪ ଅଞ୍ଚଳରେ ଋଷ କୌଣସି ବଡ଼ଧରଣର ପଦକ୍ଷେପ ନେବାକୁ ଯାଉଥିବାରୁ ଏହି ନିୟମ ଲାଗୁ କରାଯାଇଥିବା କୁହାଯାଉଛି।

ୟୁକ୍ରେନରେ ରହୁଥିବା ଭାରତୀୟମାନଙ୍କୁ ତୁରନ୍ତ ଦେଶ ଛାଡ଼ିବା ଲାଗି ଆଲର୍ଟ କରାଯାଇଛି। ୟୁକ୍ରେନରେ ଭାରତୀୟ ଦୂତାବାସ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ଯେହେତୁ ରୁଷ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜଟିଳ ହେବାରେ ଲାଗିଛି । ଏବଂ ଏହି ଯୁଦ୍ଧ ଭୟଙ୍କର ମୋଡ଼ ନେବାର ଆଶଙ୍କା ବଢ଼ିବାରେ ଲାଗିଛି ଏଭଳି ସତର୍କତା ଜାରି କରାଯାଇଛି ।

ସେହିପରି ୟୁକ୍ରେନକୁ ବର୍ତ୍ତମାନ କୌଣସି ଭାରତୀୟ ନଯିବା ଲାଗି ମଧ୍ୟ ଆଲର୍ଟ କରାଯାଇଛି । ୟୁକ୍ରେନରେ ଏବେ ବି କିଛି ଛାତ୍ର ରହି ସେମାନଙ୍କର ପାଠପଢ଼ା ଜାରି ରଖିଛନ୍ତି ସେମାନଙ୍କୁ ଦେଶ ଛାଡ଼ିବା ଲାଗି କୁହାଯାଇଛି । ସେପଟେ ଋଷ ବଳ ପୂର୍ବକ ୟୁକ୍ରେନ ଠାରୁ ଛଡ଼ାଇ ଆଣିଥିବା ୪ ଅଞ୍ଚଳରେ ମାର୍ଶଲ ଆଇନ ବା ସମାରିକ ଆଇନ ଲାଗୁ କରାଯାଇଛି।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ଆଇନ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଋଷ କବଜାରେ ଥିବା ଡୋନେସ୍କ, ଲୁହାନସ୍କ, ଜାପୋରିଜିଆ ଓ ଖେରସନ ଅଞ୍ଚଳରେ ମାର୍ଶଲ ଆକ୍ଟ ବା ସାମରିକ ଆଇନ ଲାଗୁ କରାଯାଇଛି । ୟୁକ୍ରେନ ସୈନ୍ୟମାନେ ଦ୍ରୁତଗତିରେ ଏହି ଅଞ୍ଚଳର ଅଧିକାଂଶ ସ୍ଥାନ ରୁଷ କବଜାରୁ ଛଡ଼ାଇ ଆଣିବାକୁ ସକ୍ଷମ ହୋଇଛନ୍ତି ।

ସାମରିକ ଆଇନ ଲାଗୁ କରାଯିବା ପରେ ଖେରସନରୁ ସାଧାରଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ୟୁକ୍ରେନର ଏହି ୪ ଅଞ୍ଚଳରେ ଋଷ କୌଣସି ବଡ଼ଧରଣର ପଦକ୍ଷେପ ନେବାକୁ ଯାଉଥିବାରୁ ଏହି ନିୟମ ଲାଗୁ କରାଯାଇଥିବା କୁହାଯାଉଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.