ଖରାଛୁଟିରେ ପିଲାଙ୍କୁ ଅବକାଶକାଳୀନ ଶିକ୍ଷା, ଛୁଟିରେ ବି ପିଲା ଶିକ୍ଷା ସହ ଜଡ଼ିତ ରହିବେ ଶିକ୍ଷକ

ଖରାଛୁଟିରେ ପିଲାଙ୍କୁ ଅବକାଶକାଳୀନ ଶିକ୍ଷା, ଛୁଟିରେ ବି ପିଲା ଶିକ୍ଷା ସହ ଜଡ଼ିତ ରହିବେ ଶିକ୍ଷକ

ଆସନ୍ତା ମେ’ ମାସ ୫ ତାରିଖରୁ ବିଦ୍ୟାଳୟଗୁଡ଼ିକରେ ଖରାଛୁଟି ଆରମ୍ଭ ହେବ। ଏହି ଖରାଛୁଟି ଅବଧିରେ ପିଲାଙ୍କୁ ଅବକାଶକାଳୀନ ଶିକ୍ଷା ଦିଆଯିବା ନେଇ ରୂପରେଖ ପ୍ରସ୍ତୁତ ହେଉଛି।

ଆସନ୍ତା ମେ’ ମାସ ୫ ତାରିଖରୁ ବିଦ୍ୟାଳୟଗୁଡ଼ିକରେ ଖରାଛୁଟି ଆରମ୍ଭ ହେବ। ଏହି ଖରାଛୁଟି ଅବଧିରେ ପିଲାଙ୍କୁ ଅବକାଶକାଳୀନ ଶିକ୍ଷା ଦିଆଯିବା ନେଇ ରୂପରେଖ ପ୍ରସ୍ତୁତ ହେଉଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା ଅନୁସାରେ, ଏଥିପାଇଁ ସ୍ୱତନ୍ତ୍ର ସିଲାବସ୍‌ (ପାଠ୍ୟ ଖସଡ଼ା) ରହିବ। ଛାତ୍ରଛାତ୍ରୀଙ୍କୁ ନେଇ ଦଳ (ଗ୍ରୁପ) କରାଯାଇଛି। ପ୍ରତି ଗ୍ରୁପର ତଦାରଖ କରିବେ ଜଣେ ଶିକ୍ଷକ। ସେମାନେ ଫୋନରେ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଏହାଦ୍ବାରା ଛୁଟିରେ ବି ପିଲା ଶିକ୍ଷା ସହ ଜଡ଼ିତ ରହିବେ। ଗତବର୍ଷ ଏଲ୍‌ଆରପି କାର୍ଯ୍ୟକ୍ରମ ଭଳି ଏଥର ନୂତନ ଶିକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ୨୧ ତାରିଖରେ ଅଭିଭାବକ- ଶିକ୍ଷକ ବୈଠକ କରାଯିବ। ଏହି ନୂତନ ଶିକ୍ଷା ବ୍ୟବସ୍ଥା ବିଷୟରେ ବୈଠକରେ ଅବଗତ କରାଯିବ। ପ୍ରତି ୧୦ ଜଣ ପିଲାଙ୍କୁ ନେଇ ଜଣେ ଶିକ୍ଷକ ଶିକ୍ଷାଦାନ କରିବେ ବୋଲି ଜଣାପଡ଼ିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.