ଜାଣନ୍ତୁ କିପରି ହୃଦରୋଗରୁ ରକ୍ଷା କରେ ମେଥି ଶାଗ-

ଜାଣନ୍ତୁ କିପରି ହୃଦରୋଗରୁ ରକ୍ଷା କରେ ମେଥି ଶାଗ-

ମଧୁମେହ ରୋଗୀ ତଥା ଡାଇବେଟିସ ରୋଗୀଙ୍କ ପାଇଁ ମେଥି ଶାଗ ବେଶ ଉପକାରୀ। ମେଥି ଶରୀରରେ ଇନସୁଲିନର ମାତ୍ରା ନିୟନ୍ତ୍ରଣ ରଖିଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଥିବା ଫାଇଭର ପାଚନ କ୍ରିୟାକୁ ସୁସ୍ଥ ରଖିବାରେ କାମ କରେ।

ସାଧାରଣତଃ ମେଥି ଶୀତ ଦିନେ ଭରପୁର ପରିମାଣରେ ମିଳିଥାଏ । ମେଥି ଶାଗକୁ ପ୍ରତ୍ୟେକଙ୍କ ଘରେ ଖାଦ୍ୟ ରୂପେ ବ୍ୟବହାର କରାଯାଏ । ଏବଂ କିଛି ଲୋକ ମେଥି ପରଟା ଖାଉଥିବା ପାଇଁ ବେଶ ଭଲପାଇଥାନ୍ତି । ମେଥି ମଞ୍ଜି ପରି ମେଥି ଶାଗ ମଧ୍ୟ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ ।
ତେବେ ଆସନ୍ତୁ ଜାଣିବା ମେଥି ଶାଗ ଖାଇବା ଦ୍ୱାରା କି କି ଉପକାର ମିଳିଥାଏ ।

ମଧୁମେହ ରୋଗୀ ତଥା ଡାଇବେଟିସ ରୋଗୀଙ୍କ ପାଇଁ ମେଥି ଶାଗ ବେଶ ଉପକାରୀ। ମେଥି ଶରୀରରେ ଇନସୁଲିନର ମାତ୍ରା ନିୟନ୍ତ୍ରଣ ରଖିଥାଏ, ଯାହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଥିବା ଫାଇଭର ପାଚନ କ୍ରିୟାକୁ ସୁସ୍ଥ ରଖିବାରେ କାମ କରେ।

ମେଥି ଶାଗ କୋଲେଷ୍ଟ୍ରୋଲ କମ କରିଥାଏ । ଏଥିସହ ଯକୃତରେ ସୃଷ୍ଟି ହେଉଥିବା କୋଲେଷ୍ଟ୍ରୋଲକୁ ମଧ୍ୟ ଅଟକାଇଥାଏ । ଶରୀରରେ ଖରାପ କୋଲେଷ୍ଟ୍ରୋଲ କମ କରିବାରେ ମେଥି ଶାଗ ସାହାଯ୍ୟ କରେ।

ମା’ କ୍ଷୀର ପାଇଁ ମେଥି ଶାଗ ଏକ ଭଲ ଖାଦ୍ୟ। ତେଣୁ ପ୍ରସବ ପରେ ମହିଳାମାନଙ୍କୁ ମେଥି ଶାଗ ଖାଇବା ପାଇଁ ଡାକ୍ତରମାନ ପରାମର୍ଶ ଦେଇଥାନ୍ତି।

ହୃଦରୋଗ ଜନିତ ସମସ୍ୟା ଥିବା ରୋଗୀଙ୍କ ପାଇଁ ମେଥି ପତ୍ର ବେଶ ଲାଭଦାୟକ । ମେଥି ଶାଗ ଆୟୁର୍ବେଦ ଔଷଧ ଭଳି କାମ କରେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.