ହକି ବିଶ୍ଵକପ ଆୟୋଜନ ଖୁସିରେ ଭୁଲିଗଲେ ମୁକୁଳା ଡ୍ରେନ: ଡ୍ରେନରେ ପଡ଼ି କୋରିଆ ହକି ଟିମର ସାମ୍ବାଦିକ ଆହତ

ହକି ବିଶ୍ଵକପ ଆୟୋଜନ ଖୁସିରେ ଭୁଲିଗଲେ ମୁକୁଳା ଡ୍ରେନ: ଡ୍ରେନରେ ପଡ଼ି କୋରିଆ ହକି ଟିମର ସାମ୍ବାଦିକ ଆହତ

ଉତ୍ତର କୋରିଆର ଫଟୋ ସାମ୍ବାଦିକ ପାର୍କ ସାଙ୍ଗ ମ୍ୟୁ(୩୦) ଡୁମୁଡୁମା ଛକରେ ଥିବା ୱେଲ୍‌କମ୍‌ ହୋଟେଲରେ ରହୁଥିଲେ। ବୁଧବାର କଟକରେ ଉଦ୍‌ଘାଟନୀ ମ୍ୟାଚ୍‌ରେ ତାଙ୍କର ଯୋଗଦେବାର ଥିଲା।

ବିଶ୍ବକପ୍ ହକି ପାଇଁ ରାଜ୍ୟ ସରକାର ବଡ଼ ଆୟାଜନ କରିଛନ୍ତି । ବିଦେଶୀ ଖେଳାଳି ଓ ସେମାନଙ୍କ ସହ ଆସିଥିବା ଟିମ୍ ଓଡିଶାରୁ କିପରି ଏକ ଭଲ ଅନୁଭୂତି ନେଇ ଫେରିବେ ସେଥିପାଇଁ ବ୍ୟାପକ ଆଡ଼ମ୍ବର ପୂର୍ଣ୍ଣ କାର୍ଯ୍ୟକ୍ରମ କରିଛନ୍ତି। ହେଲେ ଏହାରି ଭିତରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି।  ମୁକୁଳା ଡ୍ରେନରେ ଖସି ପଡ଼ି ଆଜି ଜଣେ ବିଦେଶୀ ଫଟୋ ସାମ୍ବାଦିକ ଆହତ ହୋଇଛନ୍ତି। ୧୨ ବର୍ଷର ତପ ଶୁଖୁଆ ପୋଡ଼ାରେ ଚାଲିଗଲା ଭଳି ସ୍ଥିତି ସୃଷ୍ଟି କରିଛି। ହକି ପାଇଁ ସମଗ୍ର ବିଶ୍ବରୁ ପ୍ରଶଂସା ସାଉଁଟିଥିବା ଏହି ଘଟଣାଟି ଏବେ ସବୁଠି ଭିନ୍ନ ଚର୍ଚ୍ଚାର ବିଷୟ ହୋଇଛି।

ଉତ୍ତର କୋରିଆର ଫଟୋ ସାମ୍ବାଦିକ ପାର୍କ ସାଙ୍ଗ ମ୍ୟୁ(୩୦) ଡୁମୁଡୁମା ଛକରେ ଥିବା ୱେଲ୍‌କମ୍‌ ହୋଟେଲରେ ରହୁଥିଲେ। ବୁଧବାର କଟକରେ ଉଦ୍‌ଘାଟନୀ ମ୍ୟାଚ୍‌ରେ ତାଙ୍କର ଯୋଗଦେବାର ଥିଲା। ମଙ୍ଗଳବାର ରାତି ୮ଟା ବେଳେ ସେ ହୋଟେଲରୁ ବାହାରି ତାଙ୍କ ମହିଳା ବନ୍ଧୁଙ୍କ ସହ ବୁଲୁଥିବା ବେଳେ ହୋଟେଲ କଡ଼ରେ ଥିବା ଏକ ଚା’ ଦୋକାନ ଉପରେ ତାଙ୍କର ନଜର ପଡ଼ିଥିଲା। ସେଠାରେ ଜଣେ ମହିଳା ଚା’ ବିକ୍ରି କରୁଥଲେ। ଏଣୁ ଏହି ସ୍ବାବଲମ୍ବୀ ମହିଳାଙ୍କର ଫଟୋ ଉଠାଇବା ପାଇଁ ସେ ଡ୍ରେନ୍‌ ଉପରକୁ ଚଢ଼ି ଯାଇଥିଲେ। ଫଟୋ ଉଠାଇବା ପାଇଁ ସେ ଟିକେ ପଛେଇ ପଛେଇ ଆସିବା ବେଳେ ମୁକୁଳା ଡ୍ରେନ୍‌ରେ ଗଳି ପଡ଼ିଥିଲେ। ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ମହିଳା ବନ୍ଧୁ ଜଣକ ‘ହେଲ୍ପ ହେଲ୍ପ’ ବୋଲି ପାଟି କରିବାରୁ ସ୍ଥାନୀୟ ଲୋକମାନେ ରୁଣ୍ଡ ହୋଇ ତାଙ୍କୁ ଉଦ୍ଧାର କରିଥିଲେ। ଲୋକମାନେ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ହେଲେ ୧ ଘଣ୍ଟା ୪୦ ମିନିଟ୍‌ ବିତି ଯାଇଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା। ରାତି ପ୍ରାୟ ୯ଟା ୪୦ ବେଳକୁ ତାଙ୍କୁ ଏକ ଘରୋଇ ଗାଡ଼ିରେ ଖଣ୍ଡଗିରି ସ୍ଥିତ ଆମ୍ରି ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କ ଚିକିତ୍ସା କରାଯିବା ପରେ ବର୍ତ୍ତମାନ ସେ ସୁସ୍ଥ ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.