ଲେ ପେନଙ୍କୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ହେଲେ ଇମାନୁଏଲ ମାକ୍ରନ

ଲେ ପେନଙ୍କୁ ପରାସ୍ତ କରି ଦ୍ୱିତୀୟ ଥର ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ହେଲେ ଇମାନୁଏଲ ମାକ୍ରନ

ଗତ ନିର୍ବାଚନ ତୁଳନାରେ ଏଥର କମ ମତଦାନ ହୋଇଥିଲା । ବିଜୟ ପରେ ମାକ୍ରନ କହିଛନ୍ତି ଯେ, ବର୍ତ୍ତମାନର ଜଟିଳ ସମୟରେ ଏକ ସୁଦୃଢ଼ ୟୁରୋପ ପାଇଁ ସେ ତାଙ୍କ କାମଜାରି ରଖିବେ । ଅନ୍ୟପକ୍ଷରେ ଲି ପେନ୍ ତାଙ୍କ ପରାଜୟ ସ୍ୱୀକାର କରିଛନ୍ତି ।

ଫ୍ରାନ୍ସ ରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି ମାକ୍ରନ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ନିର୍ବାଚନରେ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଦକ୍ଷିଣପନ୍ଥୀ ନେତ୍ରୀ ଲି ପେନଙ୍କ ସହ ତାଙ୍କର ସିଧାସଳଖ ପ୍ରତିନ୍ଦ୍ୱନ୍ଦୀତା ହୋଇଥିଲା ।
ଦୁଇଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ଲଗାତର ଦ୍ୱିତୀୟ ଥର ପାଇଁ ଇମ୍ରାନୁଏଲ ମାକ୍ରନ୍ ଫ୍ରାନ୍ସର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ମାକ୍ରନ୍ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣପନ୍ଥୀ ନେତା ମରୀନ ଲେ ପେନଙ୍କୁ ପରାସ୍ତ କରିଛନ୍ତି । ଚଳିତ ରାଷ୍ଟ୍ରପତି ନିର୍ବାଚନରେ ମାକ୍ରନଙ୍କୁ ୫୮.୨ ପ୍ରତିଶତ ଭୋଟ ମିଳିଥିଲା ।ମାକ୍ରନଙ୍କ ବିଜୟ ପରେ ଫ୍ରାନ୍ସର ରାଜଧାନୀ ପ୍ୟାରିସଠାରେ ଥିବା ଏଫିଲ ଟାୱାର ନିକଟରେ ତାଙ୍କର ସମର୍ଥକମାନେ ବିଜୟୋତ୍ସବ ମନାଇଛନ୍ତି । ସେଠାକର ଚ୍ୟାମ୍ପ ଡେ ମାର୍ସ ପାର୍କରେ ଏକ ବିଶାଳ ସ୍କ୍ରିନ ଉପରେ ଫଳାଫଳ ଜାରି ହେବା ପରେ ସମର୍ଥକମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ । ଏଥିସହିତ ଫ୍ରେଞ୍ଚ ଓ ୟୁରୋପୀୟ ସଂଘର ପତାକା ଉଡ଼ାଇ ଖୁସି ମନାଇଥିଲେ । ମ୍ୟାକ୍ରନ ଦ୍ୱିତୀୟ ଥର ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ନିର୍ବାଚନ ଜିତିବା ଗତ ୨୦ ବର୍ଷର ପ୍ରଥମ ଘଟଣା।

 

ଗତ ନିର୍ବାଚନ ତୁଳନାରେ ଏଥର କମ ମତଦାନ ହୋଇଥିଲା । ବିଜୟ ପରେ ମାକ୍ରନ କହିଛନ୍ତି ଯେ, ବର୍ତ୍ତମାନର ଜଟିଳ ସମୟରେ ଏକ ସୁଦୃଢ଼ ୟୁରୋପ ପାଇଁ ସେ ତାଙ୍କ କାମଜାରି ରଖିବେ । ଅନ୍ୟପକ୍ଷରେ ଲି ପେନ୍ ତାଙ୍କ ପରାଜୟ ସ୍ୱୀକାର କରିଛନ୍ତି । ୟୁକ୍ରେନ ସଙ୍କଟ ନେଇ ମାକ୍ରନଙ୍କ ନୀତିକୁ ଦେଶର ଯୁବବର୍ଗ ସମର୍ଥନ କରିଛନ୍ତି ।

ମ୍ୟାକ୍ରନଙ୍କର ଏହି ବିଜୟ ପରେ ତାଙ୍କୁ ବିଶ୍ୱର ଅନେକ ରାଷ୍ଟ୍ରର ନେତା ଶୁଭେଚ୍ଛା ଜଣାଇଛନ୍ତି । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କୁ ଇଂରାଜୀ ଓ ଫ୍ରେଞ୍ଚ ଭାଷାରେ ବଧାଇ ଜଣାଇଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.