ଅତିକ ଅହମଦ ହତ୍ୟା ମାମଲା, ଶରୀରରେ ବାଜିଥିଲା ୧୪ ଗୁଳି

ଅତିକ ଅହମଦ ହତ୍ୟା ମାମଲା, ଶରୀରରେ ବାଜିଥିଲା ୧୪ ଗୁଳି

ଉତ୍ତର ପ୍ରଦେଶରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦକୁ ହତ୍ୟା କରାଯାଇଛି। ଅତିକ ଅହମ୍ମଦ ଓ ତା’ର ଭାଇ ଅଶ୍ରଫ୍ ଅହମ୍ମଦକୁ ଗୁଳି କରି ହତ୍ୟା କରାଯାଇଛି। ପ୍ରୟାଗରାଜର ଏକ ମେଡିକାଲକୁ ନିଆଯାଉଥିବା ବେଳେ ଉଭୟ ଗୁଳିମାଡ଼ର ଶିକାର ହୋଇଛନ୍ତି।

ଉତ୍ତର ପ୍ରଦେଶରେ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦକୁ ହତ୍ୟା କରାଯାଇଛି। ଅତିକ ଅହମ୍ମଦ ଓ ତା’ର ଭାଇ ଅଶ୍ରଫ୍ ଅହମ୍ମଦକୁ ଗୁଳି କରି ହତ୍ୟା କରାଯାଇଛି। ପ୍ରୟାଗରାଜର ଏକ ମେଡିକାଲକୁ ନିଆଯାଉଥିବା ବେଳେ ଉଭୟ ଗୁଳିମାଡ଼ର ଶିକାର ହୋଇଛନ୍ତି। ଅତିକ ଓ ଅଶ୍ରଫ୍‌ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଏହି  ଗୁଳିମାଡ଼ ହୋଇଥିଲା। ମାତ୍ର ୧୦ ସେକେଣ୍ଡ ଭିତରେ ଏହି ଘଟଣା ଘଟିଥିଲା। ପଏଣ୍ଟ ବ୍ଲାଙ୍କ୍‌ରେ ଉଭୟଙ୍କୁ ଗୁଳିମାଡ଼ ହୋଇଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ଗୁଳିମାଡ଼ ହୋଇଥିବା ଦେଖିବାକୁ ମିଳିଛି। ଦୁଇ ଭାଇଙ୍କୁ ଏକାଧିକ ରାଉଣ୍ଡର ଗୁଳିମାଡ଼ ହୋଇଛି।

ଗତକାଲି ରାତିରେ ଉଭୟଙ୍କୁ କବର ଦିଆଯାଇଥିବା ବେଳେ ଆଜି ସେମାନଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ସାମନାକୁ ଆସିଛି।ବ୍ୟବଚ୍ଛେଦ ରିପୋର୍ଟ ଅନୁଯାୟୀ, ଅତିକ ଅହମଦ ଶରୀରରେ ୯ଟି ଗୁଳି ଓ ଅଶରଫ ଶରୀରରୁ ମିଳିଛି ୫ଟି ଗୁଳି ଚିହ୍ନ । ଉଭୟଙ୍କ ଶରୀରରୁ ସମୁଦାୟ ୧୪ଟି ଗୁଳି ଚିହ୍ନ ମିଳିଥିବା ଡାକ୍ତର ସୂଚନା ଦେଇଛନ୍ତି । ଉଭୟଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଙ୍କ ଏକ ପ୍ୟାନେଲ ଗଠିତ ହୋଇଥିବା ବେଳେ ଏହାର ଭିଡିଓଗ୍ରାଫି ବି ହୋଇଥିଲା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.