ଆଜିକାଲି ଗୋଡ ବ୍ୟଥା ସମସ୍ୟା ଏକ ସାଧାରଣ ସମସ୍ୟା ଅଥଚ କଷ୍ଟଦାୟକ ବିଷୟ। ଏହା ଏମିତି ଏକ ବ୍ୟଥା ଯାହା ଅଚାନକ ଆରମ୍ଭ ହୋଇଯାଏ। ଯେକୌଣସି ବୟସର ହୁଅନ୍ତୁ ନା କାହିଁଙ୍କି ଏହି ସମସ୍ୟା ଆଜିକାଲି ସମସ୍ତଙ୍କଠି ଦେଖାଦେଲାଣି। ଶାରୀରିକ ଚାପ, କ୍ଷତ ବା ଦୁର୍ଘଟଣା ବି ଅତ୍ୟଧିକ ଗୋଡ ବ୍ୟଥାର କାରଣ ହୋଇଥାଇପାରେ। ସାଧାରଣ ଗୋଡ ବ୍ୟଥା ଠିକ୍ ହୋଇଯାଏ। କିନ୍ତୁ ଅତ୍ୟଧିକ ମାତ୍ରାରେ ବ୍ୟଥା ହେଲେ ଜାଣନ୍ତୁ କେଉଁ ଘରୋଇ ଉପଚାର ଦ୍ବାରା ଆରାମ ପାଇପାରିବେ।
ବରଫ ବା ଆଇସ୍ ପେକ୍– ବ୍ୟାୟାମ ବା ମାଡ ବାଜିବା ପରେ ରକ୍ତ ପ୍ରବାହକୁ କମ୍ କରି ଏକ ଥଣ୍ଡା ପ୍ୟାକ୍ ଫୁଲା କମାଇଥାଏ। ବ୍ୟଥାରୁ ଉପଶମ ପାଇବା ପାଇଁ ଏକ ଟାଓ୍ବାଲ୍ରେ କିଛି ବରଫ ଖଣ୍ଡକୁ ଘୋଡାଇ ବ୍ୟଥା ହୋଉଥିବା ସ୍ଥାନରେ ଲଗାନ୍ତୁ। ୧୦ ରୁ ୧୫ ମିନିଟ୍ ଏିମିତି କରିବା ପରେ ଦିନରେ ଆଉ କିଛିଥର ଏପରି କରନ୍ତୁ।
ଖୁବ୍ ପାଣି ପିଅନ୍ତୁ– ଡିହାଇଡ୍ରେସନ୍ କାରଣରୁ ବି ଗୋଡ ବ୍ୟଥା ହୋଇଥାଏ। ଏଥିରୁ ବଞ୍ଚିବାପାଇଁ ଖୁବ୍ମାତ୍ରାରେ ପାଣି ପିଅନ୍ତୁ। ମିନେରାଲ ପାଣି ପିଇବା ଆହୁରି ଭଲ। କାରଣ ଏଥିରେ ଅନେକ ଲାଭଦାୟକ ଇଲେକ୍ଟ୍ରୋଲାଇଟ୍ସ ଥାଏ। କୈଫିନ୍ ଓ ଆଲ୍କୋହଲକୁ ଛାଡି ଦିଅନ୍ତୁ କାରଣ ଏହା ଇଲେକ୍ଟ୍ରୋଲାଇଟ୍ସ ଅସନ୍ତୁଳନ ଓ ଡିହାଇଡ୍ରେସନ୍ର କାରଣ ହୋଇଥାଏ।
ଗୋଡକୁ ଚଳପ୍ରଚଳ କରାନ୍ତୁ– କାମରେ ବସି ରହିଲେ ଚିନ୍ତା ହୋଇପାରେ। ଯଦି ଆପଣ ରକ୍ତ ସଞ୍ଚାଳନର ଉନ୍ନତି ଓ ବ୍ୟଥା କମ୍ କରୁବାକୁ ଚାହୁଁଛନ୍ତି ତେବେ ଛୋଟ ଛୋଟ ବ୍ୟାୟାମ ଆରମ୍ଭ କରନ୍ତୁ। ଗୋଡ ଓ ଗଣ୍ଠିବ୍ୟଥାରୁ ଉପଶମ ପାଇବା ପାଇଁ ବ୍ୟାୟାମ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
ଯୋଗାସନ କରନ୍ତୁ– ଯୋଗ କରିବା ଆପଣଙ୍କ ପାଇଁ ଥେରାପି ଭଳି କାମ କରିପାରେ। ଏହାଛଡା ଯୋଗ କରିବା ଦ୍ବାରା ଶରୀରରେ ବ୍ଲକେଜ୍ ହଟିଥାଏ ଏବଂ ଶରୀରରେ ଶକ୍ତି ବଢିଥାଏ। ଶରୀରକୁ ଡିଟକ୍ସ କରିବା କିମ୍ବା ତୁରନ୍ତ ବ୍ୟଥାରୁ ରିହାତି ପାଇବା ପାଇଁ ଯୋଗ ଚମତ୍କାର ପ୍ରଭାବ ଦେଇଥାଏ। ଏଥିପାଇଁ ଆପଣଙ୍କର ଉଚିତ ବ୍ୟାୟାମ କରିବା ଆବଶ୍ୟକ।
ଚାଲିବାଦ୍ବାରା ହୋଇଥାଏ ଲାଭ– ଚାଲିବାଦ୍ବାରା ମଧ୍ୟ ଗୋଡ ବ୍ୟଥାରୁ ଆରାମ ମିଳିଥାଏ। ଚାଲିବା ଫୁଲାକୁ କମ୍ କରିଥାଏ ଏବଂ ରକ୍ତ ସଞ୍ଚାଳନ ବଢାଇଥାଏ। ତଥା ଶରୀରରେ ଏଣ୍ଡୋର୍ଫିନ ରିଲିଜ୍ ହୋଇଥାଏ। ଏହା ଆପଣଙ୍କ ମୁଡ୍କୁ ଭଲ କରିବା ସହିତ ଗୋଡ ବ୍ୟଥାକୁ ଦୂର କରିଥାଏ।