୩୭ ବର୍ଷ ପରେ ଲିଓନେଲ ମେସିଙ୍କ ନେତୃତ୍ୱରେ ଆର୍ଜେଣ୍ଟିନା ଫିଫା ବିଶ୍ୱକପ ୨୦୨୨ ଟାଇଟଲ ଜିତିଥିଲା। ଏହି ଐତିହାସିକ ବିଜୟ ପରେ ବିଜୟୀ ଟିମକୁ ବହୁମୂଲ୍ୟ ଉପହାର ଦେବାକୁ ଯାଉଛନ୍ତି ଅଧିନାୟକ ମେସି । ଟିମର ସମସ୍ତ ଖେଳାଳିଙ୍କ ପାଇଁ ୩୫ଟି ଗୋଲ୍ଡ ଆଇଫୋନ ଅର୍ଡ଼ର କରିଛନ୍ତି ମେସି। ଭାରତୀୟ ମୁଦ୍ରା ଅନୁଯାୟୀ ଏହାର ମୂଲ୍ୟ ପ୍ରାୟ ୧.୭୩ କୋଟି ଟଙ୍କା ହେବ।
ସୂଚନାନୁସାରେ, ଉକ୍ତ ଫୋନରେ ଖୋଳାଳିଙ୍କ ନାମ, ସଂଖ୍ୟା ଓ ଆର୍ଜେଣ୍ଟିନା ଲୋଗୋ ରହିବ। ସୂଚନା ଅନୁଯାୟୀ, ମେସି ଶନିବାର ଦିନ ତାଙ୍କ ପ୍ୟାରିସ ଆପାର୍ଟମେଣ୍ଟରେ ଥିବା ସମସ୍ତ ସାଥୀ ଖେଳାଳିଙ୍କୁ ଏହି ଉପହାର ଦେବେ।