ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିବ ସୁଆଣ୍ଡୋ

ଆଜି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିବ ସୁଆଣ୍ଡୋ

୧୮୭୭ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଉତ୍କଳର ଯୋଗଜନ୍ମା ସାଧକ, ଦରିଦ୍ରର ବନ୍ଧୁ, ବନ୍ୟା, ଦୁର୍ଭିକ୍ଷ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଅସହାୟ ଭାବେ ମୃତ୍ୟୁବରଣ କରୁଥିବା ଓଡ଼ିଶାବାସୀଙ୍କ ପାଇଁ ରାହା ବନିଥିବା ଉତ୍କଳର ମଣି ଉତ୍କଳମଣି ଗୋପବନ୍ଧୁ ଦାସ। ଗୋପବନ୍ଧୁଙ୍କ ପରି ଜଣେ ମହାନ ଜନସେବୀଙ୍କୁ ଜନ୍ମ ଦେଇ ଅନେକ ଗରିମା ସାଉଁଟିଛି ସୁଆଣ୍ଡୋ ।

୧୮୭୭ ମସିହା ଆଜିର ଦିନରେ ଜନ୍ମ ନେଇଥିଲେ ଉତ୍କଳର ଯୋଗଜନ୍ମା ସାଧକ, ଦରିଦ୍ରର ବନ୍ଧୁ, ବନ୍ୟା, ଦୁର୍ଭିକ୍ଷ ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଅସହାୟ ଭାବେ ମୃତ୍ୟୁବରଣ କରୁଥିବା ଓଡ଼ିଶାବାସୀଙ୍କ ପାଇଁ ରାହା ବନିଥିବା ଉତ୍କଳର ମଣି ଉତ୍କଳମଣି ଗୋପବନ୍ଧୁ ଦାସ। ଗୋପବନ୍ଧୁଙ୍କ ପରି ଜଣେ ମହାନ ଜନସେବୀଙ୍କୁ ଜନ୍ମ ଦେଇ ଅନେକ ଗରିମା ସାଉଁଟିଛି ସୁଆଣ୍ଡୋ ।ପିତା ଦୈତ୍ୟାରୀ ଦାସ ଓ ମାତା ସ୍ବର୍ଣ୍ଣମୟୀ ଦେବୀଙ୍କ କୋଳମଣ୍ଡନ କରି ଜନ୍ମ ନେଇଥିବା ଏହି ମହାନ ଦେଶଭକ୍ତ, ଭାଷାପ୍ରେମୀଙ୍କ ଆବିର୍ଭାବ ସତେ ଯେପରି ପରାଧୀନ ଉତ୍କଳରେ ଆଣିଥିଲା ସୂ​‌େ​‌ର୍ଯ୍ୟାଦୟ ସହ ଅନ୍ୟ ଏକ ତେଜଦୀପ୍ତ ଜ୍ୟୋତିର ଆଭା। ସତ୍ୟବାଦୀର ସୁଆଣ୍ଡୋ ଗ୍ରାମରେ ଜନ୍ମିତ ଏହି ମହାତ୍ମାଙ୍କ ସ୍ବଳ୍ପ ଜୀବନ କାଳର କଠିନ, ତଥା ଅବିଶ୍ବସନୀୟ ଦୁଃଖଦ ଘଟଣାବଳୀ ଆଲୋଚନା କଲେ ସେ ଯେ ଜନ୍ମରୁ ଦୁଃଖୀ ଥିଲେ ଏହା ସ୍ପଷ୍ଟ ହୋଇଥାଏ। 

ସୂଚନାନୁସାରେ, ଉତ୍କଳମଣିଙ୍କ ଜନ୍ମମାଟିର କାୟାକଳ୍ପ ବଦଳାଇଛନ୍ତି ରାଜ୍ୟ ସରକାର । ଗୋପବନ୍ଧୁଙ୍କର ୧୫ ଫୁଟ୍ ଉଚ୍ଚ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସହିତ ବିକଶିତ ହୋଇଛି ଶିବ ମନ୍ଦିର, ପୁଷ୍କରଣୀ, ମ୍ୟୁଜିୟମ ଓ ରୂପାନ୍ତରିତ ପୈତୃକ ବାସଗୃହ, ଜନ୍ମପୀଠକୁ ରାସ୍ତା, ପରିକ୍ରମା ରାସ୍ତା ଓ ସୂଚନା କେନ୍ଦ୍ର । ୨୫ କୋଟି ୮ଲକ୍ଷ ଟଙ୍କା ଖର୍ଚ୍ଚରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି ।ଗୋପବନ୍ଧୁଙ୍କ ପରି ଜଣେ ମହାନ ଜନସେବୀଙ୍କୁ ଜନ୍ମ ଦେଇ ଅନେକ ଗରିମା ସାଉଁଟିଛି ସୁଆଣ୍ଡୋ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.