ଖୁବଶୀଘ୍ର ‘ଶାଶୁ-ବୋହୂ ସମ୍ମିଳନୀ’ର ଆୟୋଜନ କରିବେ ରାଜ୍ୟସରକାର

ଖୁବଶୀଘ୍ର ‘ଶାଶୁ-ବୋହୂ ସମ୍ମିଳନୀ’ର ଆୟୋଜନ କରିବେ ରାଜ୍ୟସରକାର

ପରିବାର ନିୟୋଜନ ଲକ୍ଷ୍ୟକୁ ହାସଲ କରିବା ନିମନ୍ତେ ରାଜ୍ୟ ସରକାର ଖୁବଶୀଘ୍ର ‘ଶାଶୁ-ବୋହୂ ସମ୍ମିଳନୀ’ର ଆୟୋଜନ କରିବେ ବୋଲି ଜଣାପଡ଼ିଛି । ଏହି ସମ୍ମିଳନୀ ବର୍ଷକୁ ଦୁଇଥର ହେବ। ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି ।

ପରିବାର ନିୟୋଜନ ଲକ୍ଷ୍ୟକୁ ହାସଲ କରିବା ନିମନ୍ତେ ରାଜ୍ୟ ସରକାର ଖୁବଶୀଘ୍ର ‘ଶାଶୁ-ବୋହୂ ସମ୍ମିଳନୀ’ର ଆୟୋଜନ କରିବେ ବୋଲି ଜଣାପଡ଼ିଛି । ଏହି ସମ୍ମିଳନୀ ବର୍ଷକୁ ଦୁଇଥର ହେବ। ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ସୂଚନା ଦିଆଯାଇଛି ।

 

ସୂଚନା ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଚଳିତମାସ ଶେଷ ଆଡ଼କୁ ଏହି ‘ଶାଶୁ-ବୋହୂ ସମ୍ମିଳନୀ’ର ଆୟୋଜନ କରାଯିବ । ଆଶାକର୍ମୀମାନଙ୍କୁ ଏହି ସମ୍ମିଳନୀ ଆୟୋଜନ କରିବା ଦାୟିତ୍ୱ ନ୍ୟସ୍ତ ହୋଇଛି ତଥା ଏହି ସମ୍ମିଳନୀରେ ଶାଶୁ-ବୋହୂମାନଙ୍କୁ ପରିବାର ନିୟୋଜନ ସଂକ୍ରାନ୍ତରେ ସଚେତନ କରାଯିବ । ଏହି ସମ୍ମିଳନୀରେ ନୂଆ ବିବାହିତା ମହିଳା, ଗର୍ଭବତୀ ମହିଳା, ପରିବାର ନିୟୋଜନ ଶୈଳୀ ଆପଣାଇ ପିଲା ଜନ୍ମ କରୁଥିବା ମହିଳାମାନେ ଯୋଗ ଦେବେ । ନୂଆ ବିବାହିତା ମହିଳାଙ୍କୁ ବିବାହ ଉପହାର ଭାବେ କଣ୍ଡୋମ ଓ ଗର୍ଭନିରୋଧକ ବଟିକା ଦିଆଯିବ । କେନ୍ଦ୍ର ସରକାରଙ୍କ ୨୦୧୭ ମସିହାର ସମ୍ମିଳନୀ ଢାଂଚାରେ ଏହି ଆୟୋଜନ କରାଯିବ ବୋଲି ଜଣାପଡ଼ିଛି । ଜନସଂଖ୍ୟା ସ୍ଥିରତା ଆଣିବା ପାଇଁ ଦୁଇଟି ପିଲା ଜନ୍ମର ଅବଧି ସଂକ୍ରାନ୍ତରେ ସଚେତନତା ସୃଷ୍ଟି ପାଇଁ ମହିଳାମାନଙ୍କୁ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପରାମର୍ଶ ଦିଆଯିବ । କେନ୍ଦ୍ର ସରକାର ୨୦୧୭ ମସିହାରେ ଦେଶର ୧୪୬ଟି ଜିଲ୍ଲାରେ ଜନ୍ମହାରକୁ ନିୟନ୍ତ୍ରଣ କରିବା ନିମନ୍ତେ ‘ମିଶନ ପରିବାର ବିକାଶ’ କାର୍ଯ୍ୟକ୍ରମ କରିଥିଲେ । ଓଡ଼ିଶାରେ ଜନ୍ମହାର ଜାତୀୟ ହାର ୨ରୁ କମ୍ ରହିଥିଲେ ମଧ୍ୟ ଆଧୁନିକ ଗର୍ଭନିରୋଧକ ଶୈଳୀର ଉପଯୋଗ, ଅବାଂଞ୍ଜିତ ମାତୃତ୍ୱ ଓ ଗର୍ଭପାତ ଆଦିରେ ସୁଧାର ଆସିପାରିନି ।ରାଜ୍ୟ ପରିବାର ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ଏହି ‘ଶାଶୁ-ବୋହୂ ସମ୍ମିଳନୀ’ ଦ୍ୱାରା ଶାଶୁ ଓ ବୋହୂଙ୍କ ମଧ୍ୟରେ ଭାବଗତ ଆଦାନପ୍ରଦାନରେ ସୁଧାର ଆସିବ ଓ ପରିବାର ନିୟୋଜନରେ ସୁଧାର ଆସିପାରିବ । ମହିଳାମାନଙ୍କର ଏହି ସମାବେଶ ଦ୍ୱାରା ଶାଶୁ ଓ ବୋହୂଙ୍କୁ ଗୋଟିଏ ପ୍ଲାଟଫର୍ମ ମିଳିବ, ଯେଉଁଠି ମହିଳା ସଦସ୍ୟମାନେ ନିଜ ନିଜର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପରେ ଆଲୋଚନା କରିବାର ସୁଯୋଗ ପାଇପାରିବେ । ଏହି କାର୍ଯ୍ୟକ୍ରମକୁ ଅଧିକ ରୁଚିପୂର୍ଣ୍ଣ ଢଙ୍ଗରେ କରିବା ନିମନ୍ତେ ପ୍ରୟାସ କରାଯାଉଛି ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି ।

ସୂଚନାଯୋଗ୍ୟ, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ(ଏନଏଫଏଚଏସ-୫) ଅନୁସାରେ ଓଡ଼ିଶାରେ ପ୍ରତି ମହିଳା ପିଛା ଶିଶୁ ଜନ୍ମ ହାର ୨୦୨୦-୨୧ରେ ୧.୮ ରହିଛି । ଓଡ଼ିଶାରେ ଗର୍ଭନିରୋଧକ ଶୈଳୀ ଭାବେ ବଟିକା ଉପଯୋଗ ୧୨%ରୁ ୧୦.୮ ପ୍ରତିଶତକୁ ହ୍ରାସ ପାଇଛି । ଯଦିଓ କଣ୍ଡୋମ ଉପଯୋଗ ୩.୪%ରୁ ୫.୫%କୁ ବୃଦ୍ଧି ପାଇଛି । ରାଜ୍ୟରେ ୨୦୧୧ରୁ ୨୦୨୦ ମସିହା ମଧ୍ୟରେ ସରକାରୀ ଭାବେ କଣ୍ଡୋମ ଯୋଗାଣ ହାର ହ୍ରାସ ପାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.