ନିଉଜ୍ ଚ୍ୟାନେଲ ପାଇଁ ଆଡଭାଇଜରୀ ଜାରି କଲା କେନ୍ଦ୍ର ସରକାର

ନିଉଜ୍ ଚ୍ୟାନେଲ ପାଇଁ ଆଡଭାଇଜରୀ ଜାରି କଲା କେନ୍ଦ୍ର ସରକାର

ରୁଷ-ୟୁକ୍ରେନ ଯୁଦ୍ଧ, ଜାହାଙ୍ଗୀରପୁରୀ ବିବାଦ ଏବଂ ଲାଉଡସ୍ପିକର ଉପରେ ଚାଲିଥିବା ବିତର୍କକୁ ନେଇ ଯେଉଁଭଳି ଭାବେ ଖବର ପ୍ରକାଶିତ ବା ପ୍ରସାରଣ କରାଯାଉଛି, ଏହାକୁ ନେଇ ଆପତ୍ତି ଉଠାଇଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ।

ରୁଷ-ୟୁକ୍ରେନ ଯୁଦ୍ଧ, ଜାହାଙ୍ଗୀରପୁରୀ ବିବାଦ ଏବଂ ଲାଉଡସ୍ପିକର ଉପରେ ଚାଲିଥିବା ବିତର୍କକୁ ନେଇ ଯେଉଁଭଳି ଭାବେ ଖବର ପ୍ରକାଶିତ ବା ପ୍ରସାରଣ କରାଯାଉଛି, ଏହାକୁ ନେଇ ଆପତ୍ତି ଉଠାଇଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ। ବିଭିନ୍ନ ନିଉଜ୍ ଚ୍ୟାନେଲରେ ଏହି ସବୁ ପ୍ରସଙ୍ଗକୁ ନେଇ ପ୍ରସାରିତ ହେଉଥିବା ଖବର ଉପରେ ଲଗାମ ଲଗାଇବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଆଡଭାଇଜରୀ ଜାରି କରିଛି। ଗାଇଡଲାଇନରେ ଉତ୍ତେଜକ ତଥା ସାମାଜିକ ବିରୋଧୀ ହେଡଲାଇନରୁ ଦୂରେଇ ରହିବାକୁ କୁହାଯାଇଛି। କେବୁଲ ଟେଲିଭିଜନ ନେଟୱାର୍କ (ରେଗୁଲେସନ ଆକ୍ଟ) ୧୯୯୫ର ନିର୍ଦ୍ଦେଶାବଳୀକୁ କଡାକଡି ଭାବରେ ପାଳନ କରନ୍ତୁ ବୋଲି କେନ୍ଦ୍ର କହିଛି।ସରକାର ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି ଏହି ନିର୍ଦ୍ଦେଶ ପାଳନ ନହୁଏ ତେବେ ଉତ୍ତେଜନା ସୃଷ୍ଟି କଲା ଭଳି ଖବର ପ୍ରସାରିତ କରୁଥିବା ଚ୍ୟାନେଲକୁ ନିଷିଦ୍ଧ କରାଯିବ। ଆଡଭାଇଜରୀରେ ଦର୍ଶାଯାଇଛି ଯେ ଟେଲିଭିଜନ୍ ନେଟୱାର୍କ (ନିୟମାବଳୀ) ଅଧିନିୟମ, ୧୯୯୫ର ଧାରା ୨୦, ଟିଭି ଚ୍ୟାନେଲ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ କେନ୍ଦ୍ରକୁ କ୍ଷମତା ପ୍ରଦାନ କରିଥାଏ। ଆଡଭାଇଜରୀରେ ଏହା ଉଲ୍ଲେଖ କରାଯାଇଛି ଯେ ଯଦି କୌଣସି ଟିଭି ଚ୍ୟାନେଲ ନିର୍ଦ୍ଦେଶନାମା ପାଳନ ନକରନ୍ତି, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଜାହାଙ୍ଗୀରପୁରୀ ଘଟଣା ଏବଂ ବିଭିନ୍ନ ଘଟଣାକୁ ନେଇ ନିଉଜ୍ ଚ୍ୟାନେଲରେ ହେଉଥିବା ବିତର୍କକୁ ବିରୋଧ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଟିଭି ଚ୍ୟାନେଲକୁ ଏହି ଆଡଭାଇଜରୀ ଜାରି କରିଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଦୋହରାଇଛି ଯେ ବିଭିନ୍ନ ସମୟରେ ଟିଭି ଚ୍ୟାନେଲଗୁଡିକରେ ଯାଞ୍ଚ ହୋଇନଥିବା ଖବର ଦେଖାଇବା ସହ ବିଭ୍ରାନ୍ତିକର, ସମ୍ବେଦନଶୀଳ ଏବଂ ଗ୍ରହଣୀୟ ନଥିବ‌ା ଭାଷା ବ୍ୟବହାର କରିଛି। ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ସତ୍ୟତା ନଥିବା ଖବର ପ୍ରସାରଣ କରାଯାଇଥିବାରୁ ଏବେ କେନ୍ଦ୍ର ଆଡଭାଇଜରୀ ଜାରି କରିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.