ଭାରତ ସରକାର ଚୀନ ସହିତ ଯୋଗାଯୋଗ ରଖୁଥିବା ଲୋନ ଓ ବେଟିଂ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏହି ଆପଗୁଡ଼ିକ ଉପରେ ତନାଘନା କରିଥିଲା। ଏଥିରୁ ଜଣାପଡ଼ିଥିଲା କି ଏହି ଆପଗୁଡ଼ିକ ଭାରତୀୟଙ୍କ ଗୋପନୀୟତା ଏବଂ ନିରାପତ୍ତା ପ୍ରତି ବିପଦ ପକାଇ ପାରେ। ତେଣୁ ୧୩୮ଟି ବେଟିଂ ଆପ ଓ ୯୪ଟି ଲୋନ ଦେଉଥିବା ଆପ ଉପରେ ଭାରତ ସରକାର ପ୍ରତିବନ୍ଧକ ଲଗାଇଛନ୍ତି।ପ୍ରତିବନ୍ଧକ ଲଗାଯାଇଥିବା ଆପଗୁଡ଼ିକୁ ନେଇ କୁହାଯାଉଛି କି, ଏହାର ଯୋଗାଯୋଗ ଚୀନ ସହିତ ରହିଥିଲା। ଏହି ଆପଗୁଡ଼ିକ ଉପରେ ଜରୁରୀକାଳୀନ ଭାବେ ପ୍ରତିବନ୍ଧକ ଲଗାଯିବାକୁ ନିର୍ଦେଶ ଦିଆଯାଇଛି। ମୋଟାମୋଟି ଭାବେ ୨୩୨ଟି ଆପ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଆପକୁ ଆଇଟି ଆକ୍ଟର ସେକସନ ୬୯ ଆଧାରରେ ବ୍ୟାନ କରାଯାଇଛି।