ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ ଏବେ ଅମୃତ ଉଦ୍ୟାନ, ଆଜି ଉଦଘାଟନ କରିବେ ରାଷ୍ଟ୍ରପତି

ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ ଏବେ ଅମୃତ ଉଦ୍ୟାନ, ଆଜି  ଉଦଘାଟନ କରିବେ ରାଷ୍ଟ୍ରପତି

ପରିବର୍ତ୍ତନ ହେଲା ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନର ନାମ । ମୋଗଲ ଗାର୍ଡେନ ପରିବର୍ତ୍ତେ ଆଜିଠୁ ହେଲା ଅମୃତ ଉଦ୍ୟାନ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଶନିବାର)ଏହାର ନାମ ପରିବର୍ତ୍ତନ କରାଯାଇଥିବା ବେଳେ ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି ।

ପରିବର୍ତ୍ତନ ହେଲା ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନର ନାମ । ମୋଗଲ ଗାର୍ଡେନ ପରିବର୍ତ୍ତେ ଆଜିଠୁ ହେଲା ଅମୃତ ଉଦ୍ୟାନ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଶନିବାର)ଏହାର ନାମ ପରିବର୍ତ୍ତନ କରାଯାଇଥିବା ବେଳେ ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି ।ଦେଶ ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଥିବା ବେଳେ କେନ୍ଦ୍ରସରକାର ଉକ୍ତ ନାମକୁ ନେଇ ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରେସ ସେକ୍ରେଟାରି ନାଭିକା ଗୁପ୍ତା କହିଛନ୍ତି, "ଦେଶ ସ୍ବାଧିନତାକୁ ୭୫ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ଏହାର ଥିମ ଥିଲା ଆଜାଦି କା ଅମୃତ ମହୋତ୍ସବ । ଏହି ନାମ ଅନୁସାରେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରି ଅମୃତ ଉଦ୍ୟାନ ରଖିଛନ୍ତି ।"

ପ୍ରକାଶଥାଉକି, ଆଜି ରବିବାର  ଦିନ ଅମୃତ ଉଦ୍ୟାନର ଉଦଘାଟନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ଆସନ୍ତା ୩୧ ତାରିଖରୁ ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଉଦ୍ୟାନକୁ ସର୍ବସାଧାରଣଙ୍କ ପାଇଁ ଖୋଲା ରଖାଯିବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.