ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁରେ ବିବାଦୀୟ ଡିଏଫଓଙ୍କ ବଦଳି

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁରେ ବିବାଦୀୟ ଡିଏଫଓଙ୍କ ବଦଳି

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁରେ ବିବାଦୀୟ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁୁ ରାଜ୍ୟ ସରକାର ବଦଳି କରିଛନ୍ତି। ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ରାଜ୍ୟବ୍ୟାପୀ ହୋ-ହାଲ୍ଲା ଓ ଦାବି ସତ୍ତ୍ୱେ ରାଜ୍ୟ ସରକାର ଶ୍ରୀ ବେହେରାଙ୍କୁ ବଦଳି କରିନଥିଲେ।

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁରେ ବିବାଦୀୟ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁୁ ରାଜ୍ୟ ସରକାର ବଦଳି କରିଛନ୍ତି। ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ରାଜ୍ୟବ୍ୟାପୀ ହୋ-ହାଲ୍ଲା ଓ ଦାବି ସତ୍ତ୍ୱେ ରାଜ୍ୟ ସରକାର ଶ୍ରୀ ବେହେରାଙ୍କୁ ବଦଳି କରିନଥିଲେ। ତେବେ ଆଜି ତାଙ୍କର ବଦଳି ହୋଇଛି।ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପାରଳାଖେମୁଣ୍ଡି ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଅନୁଗୋଳସ୍ଥିତ ଓଡ଼ିଶା ଫରେଷ୍ଟ ରେଞ୍ଜର୍ସ କଲେଜ (ଓଏଫଆରସି)ର ଇନଚାର୍ଜ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । 

 

ସୂଚନାଯୋଗ୍ୟ, ଗତବର୍ଷ ଏସିଏଫ ସୌମ୍ୟରଞ୍ଜନଙ୍କର ତାଙ୍କ ପାରଳାଖେମୁଣ୍ଡିସ୍ଥିତ ସରକାରୀ ବାସଭବନରେ ମୃତ୍ୟୁ ହୋଇଥିଲା । ଏହ ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଦାବି କରିବା ସହ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.