ମୃତ ସ୍ୱାମୀଙ୍କ ମାତା ପିତାଙ୍କୁ ବୋହୁଙ୍କୁ ଦେବାକୁ ହେବ ଭରଣ ପୋଷଣ

ମୃତ ସ୍ୱାମୀଙ୍କ ମାତା ପିତାଙ୍କୁ ବୋହୁଙ୍କୁ ଦେବାକୁ ହେବ ଭରଣ ପୋଷଣ

ଭାରତୀୟ ଆଇନ ମୁତାବକ ପୁଅ ବୃଦ୍ଧ ବାପା ମାଙ୍କର ସମସ୍ତ ଖର୍ଚ୍ଚ ବହନ କରିବାର ଆଇନ ରହିଛି । ଏହାସହ ଯଦି ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ଛାଡପତ୍ର ଦେଉଛନ୍ତି ତେବେ ମହିଳା ଜଣଙ୍କୁ ସ୍ୱାମୀ ଜଣଙ୍କ ଭରଣ ପୋଷଣ ଦେବାର ବି ଆଇନ ରହିଛି ।

ଭାରତୀୟ ଆଇନ ମୁତାବକ ପୁଅ ବୃଦ୍ଧ ବାପା ମାଙ୍କର ସମସ୍ତ ଖର୍ଚ୍ଚ ବହନ କରିବାର ଆଇନ ରହିଛି । ଏହାସହ ଯଦି ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ଛାଡପତ୍ର ଦେଉଛନ୍ତି ତେବେ ମହିଳା ଜଣଙ୍କୁ ସ୍ୱାମୀ ଜଣଙ୍କ ଭରଣ ପୋଷଣ ଦେବାର ବି ଆଇନ ରହିଛି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମିତି କିଛି ମାମଲା ରହିଛି ଯେଉଁ ମାମଲାରେ ଯଦି ପୁଅର ମୃତ୍ୟୁ ହୋଇଯାଏ ତେବେ ତାଙ୍କର ବୃଦ୍ଧ ମାତା ପିତାଙ୍କୁ ବୋହୁ ଭରଣ ପୋଷଣ ଦେବାକୁ ବାଧ୍ୟ । ଏହି ପ୍ରସଙ୍ଗରେ ଏବେ ପଞ୍ଜାବ ଓ ହରିଆଣା ହାଇକୋର୍ଟ କିଛି ଗରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।

ଉଭୟ କୋର୍ଟ ଏକ ସମାନ ମାମଲାର ରାୟ ଶୁଣାଇ କହିଛନ୍ତି କି ଯଦି ଅର୍ଦ୍ଧସାରିକ ବାହୀନିରେ ଚାକିରି କରିଥିବା ଯୁବକର ମୃତ୍ୟୁ ହୋଇଯାଏ ଓ ତାଙ୍କ ସ୍ୱାମୀଙ୍କୁ ଅନୁକମ୍ପା ମୂଳକ ଚାକିରୀ ମିଳିଛି ଏବଂ ସ୍ତ୍ରୀ ଜଣଙ୍କ ଅନ୍ୟତ୍ର ବିବାହ କରୁଛନ୍ତି ତ ଏହି କ୍ଷେତ୍ରରେ ସଂପୃକ୍ତ ମହିଳାଙ୍କୁ ତାଙ୍କ ଶାଶୁ ଶ୍ୱଶୁରଙ୍କୁ ଭରଣ ପୋଷଣ ଦେବାକୁ ପଡିବ । ଏହାସହ ଦ୍ୱତୀୟ ସ୍ୱାମୀଙ୍କ ଠାରୁ ଜନ୍ମ ହୋଇଥିବା ପିଲାଙ୍କ ଭରଣ ପୋଷଣ ଆଳରେ ବୋହୁ ଶାଶୁ ଶ୍ୱଶୁରଙ୍କୁ ଭରଣ ପୋଷଣ ଦେବାକୁ ମନା କରିପାରିବେ ନାହିଁ । କେବଳ ସେତିକି ନୁହେଁ ଯଦି ମୃତ ସ୍ୱାମୀଙ୍କର ଅନ୍ୟ କେହି ଭାଇ ଥାନ୍ତି ଓ ସେମାନଙ୍କ ପାଖରେ ସମ୍ପତ୍ତି ଥାଏ ପୁଣି ବି ମୃତ ପୁଅର ସ୍ତ୍ରୀ ଶାଶୁ ଶ୍ୱଶୁରଙ୍କୁ ଭରଣ ପୋଷଣ ଦେବାକୁ ମନା କରିପାରିବ ନାହିଁ ।ପଞ୍ଜାବ ଓ ହରିଆଣା ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ରାଜବୀର ସହରାବତ ସିଆଇଏସଏଫର ଜଣେ ମହିଳା କନେଷ୍ଟବଳଙ୍କ ଅଭିଯୋଗର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଏହି ମହିଳା କନେଷ୍ଟବଳଙ୍କୁ ନିଜ ଦରମାର ୨୫ ପ୍ରତିଶତ ତାଙ୍କ ମୃତ ସ୍ୱାମୀଙ୍କ ପିତାମାତାଙ୍କୁ ଦେବାକୁ ସିଆଇଏସଏଫ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା । ସିଆଇଏସଏଫଙ୍କ ଏଭଳି ନିର୍ଦ୍ଦେଶକୁ ମହିଳା ଜଣଙ୍କ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ଅଭିଯୋଗକାରୀ ମହିଳା କନେଷ୍ଟବଳଙ୍କ ସ୍ୱାମୀ କୂଲଦୀପ ସିଂ ସିଆଇଏସଏଫର ଜଣେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ । କୌଣସି କାରଣରୁ ୧୯୯୮ ଫେବୃଆରୀ ୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ମହିଳା ଜଣଙ୍କୁ ଅନୁକମ୍ପା ଭିତ୍ତିରେ ସ୍ୱାମୀଙ୍କ ସ୍ଥାନରେ ଚାକିରୀ ମିଳିଥିଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.