ଧୀରେ ଧୀରେ ରାଜ୍ୟରେ ବଢୁଛି ତାପମାତ୍ରା। ଅସହ୍ୟ ଖରାରେ କଲବଲ ହେଉଛନ୍ତି ରାଜ୍ୟବାସୀ। ମାର୍ଚ୍ଚ ଆରମ୍ଭରୁ ଏପରି ଭାବେ ତାପମାତ୍ରା ବଢିଥିବାବେଳେ ଚଳିତବର୍ଷର ଆକଳନ କରାଯାଇପାରେ। ରାଜ୍ୟର ତାପମାତ୍ରା ବର୍ତ୍ତମାନ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରି ଅଧିକ ରହୁଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଅଧିକାଂଶ ସ୍ଥାନରେ ୩୭ ରୁ ୪୦ ଡିଗ୍ରୀ ଛୁଇଁପାରେ ପାରଦ । ଗତକାଲି ୩୭ଡିଗ୍ରୀ ଉପରେ ରହିଥିଲା ରାଜ୍ୟର ୧୬ସହରର ତାପମାତ୍ରା।
କାଲିଠୁ ୯ତାରିଖ ପର୍ଯ୍ୟନ୍ତ ଆକାଶ ମେଘୁଆ ରହିବା ସହ କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। କାଲି ୭ଟି ଜିଲ୍ଲା ବରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୁରଭଞ୍ଜରେ ବର୍ଷା ସମ୍ଭାବନା ରହିଛି। ସେହିପରି ୮ ତାରିଖରେ ୧୪ ଜିଲ୍ଲା ଏବଂ ୯ ତାରିଖରେ ୭ ଜିଲ୍ଲାକୁ କାଳବୈଶାଖି ସତର୍କତା ଜାରି କରାଯାଇଛି।