ପଞ୍ଚଭୂତରେ ବିଲୀନ ହେଲେ ହୀରାବେନ, ଭାଇଙ୍କ ସହ ମୁଖାଗ୍ନି ଦେଲେ ମୋଦି

ପଞ୍ଚଭୂତରେ ବିଲୀନ ହେଲେ ହୀରାବେନ, ଭାଇଙ୍କ ସହ ମୁଖାଗ୍ନି ଦେଲେ ମୋଦି

ପଞ୍ଚଭୂତରେ ବିଲୀନ ହେଲେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ । ଗାନ୍ଧୀନଗର ଶ୍ମଶାନ ଘାଟରେ ଭାଇଙ୍କ ସହ ମିଶି ମାଆଙ୍କୁ ମୁଖାଗ୍ନି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Heeraben Modi last rites performed in gandhinagar) ।

ପଞ୍ଚଭୂତରେ ବିଲୀନ ହେଲେ ପ୍ରଧାନମନ୍ତ୍ରୀଙ୍କ ମାଆ ହୀରାବେନ । ଗାନ୍ଧୀନଗର ଶ୍ମଶାନ ଘାଟରେ ଭାଇଙ୍କ ସହ ମିଶି ମାଆଙ୍କୁ ମୁଖାଗ୍ନି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Heeraben Modi last rites performed in gandhinagar) । ଆଜି ସକାଳ ସମୟରେ ବାସଭବନରୁ ହୀରାବେନଙ୍କ ପାଥିବ ଶରୀର ଅନ୍ତିମ ଯାତ୍ରାରେ ବାହାରିବା ପରେ ଗାନ୍ଧୀନଗର ଶ୍ମଶାନ ଘାଟରେ ବିନା ଆଡମ୍ବରରେ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ପରିବାର ଲୋକେ ।ଅସୁସ୍ଥ ଥିବାରୁ ଆଜି ସକାଳ ସମୟରେ ୧୦୦ ବର୍ଷ ବୟସରେ ହୀରାବେନଙ୍କ ଦେହାନ୍ତ ହୋଇଥିଲା । ମାଆଙ୍କ ମୃତ୍ୟୁ ନେଇ ଟ୍ବିଟ କରି ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ବାସଭବନରେ ମାଆଙ୍କୁ ଶେଷ ଦର୍ଶନ କରି ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ମୋଦି । ଶେଷକୃତ୍ୟ ପାଇଁ ହୀରାବେନଙ୍କ ମରଶରୀରକୁ ଏକ ଗାଡି ଯୋଗେ ଗାନ୍ଧୀନଗର ଶ୍ମଶାନ ଘାଟକୁ ନିଆଯାଇଥିଲା । ସେଠାରେ ପ୍ରଧାନମନ୍ତ୍ରୀ ଓ ତାଙ୍କ ଭାଇ ମାନେ ମାଆଙ୍କ କୋକେଇକୁ କାନ୍ଧ ଦେଇ ଶ୍ମଶାନ ମଧ୍ୟକୁ ନେଇଥିଲେ । ସେଠାରେ ଅନ୍ତିମ ସତ୍କାର ପରେ ଭାଇଙ୍କ ସହ ମିଶି ମୁଖାଗ୍ନି ଦେଇଥିଲେ ପ୍ରଧାନମନ୍ତ୍ରୀ ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.