ଉଦଘାଟନ ହେବ ହକି ମହାକୁମ୍ଭ : ସଜେଇ ହୋଇଛି ବାରବାଟୀ ଷ୍ଟାଡିୟମ

ଉଦଘାଟନ ହେବ ହକି ମହାକୁମ୍ଭ : ସଜେଇ ହୋଇଛି ବାରବାଟୀ ଷ୍ଟାଡିୟମ

ଆଜି ବାଜିବ ହକି ବିଶ୍ୱକପ୍ ବିଗୁଲ୍ । ଉଦଘାଟନୀ କାର୍ଯ୍ୟକ୍ରମରେ ଦୁଲୁକିବ ଐତିହାସିକ ବାରବାଟୀ ଷ୍ଟାଡିୟମ୍ ।

ଆଜି ବାଜିବ ହକି ବିଶ୍ୱକପ୍ ବିଗୁଲ୍ । ଉଦଘାଟନୀ କାର୍ଯ୍ୟକ୍ରମରେ ଦୁଲୁକିବ ଐତିହାସିକ ବାରବାଟୀ ଷ୍ଟାଡିୟମ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାରୋହକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ରହିବେ । ଉଦଘାଟନୀ ଉତ୍ସବ ପାଇଁ ଆସିଛନ୍ତି ଦେଶର ଜଣାଶୁଣା ଅଭିନେତା, ଅଭିନେତ୍ରୀ ଓ କଣ୍ଠଶୀଳ୍ପି ।

ସକାଳ ୮ଟାରେ ଏକ ଶୋଭାଯାତ୍ରାରେ ଟ୍ରଫିକୁ ସହର ପରିକ୍ରମା ପାଇଁ ନିଆଯିବ। ଶୋଭାଯାତ୍ରାଟି ପ୍ରଥମେ କଟକ ଚଣ୍ଡୀ ମନ୍ଦିରକୁ ଯିବ। ଏହାପରେ ଏହାକୁ ଶୈଳବାଳା ମହିଳା କଲେଜ, ସମାଜ ଅଫିସ, ବକ୍ସିବଜାର, ନେତାଜୀ ସଂଗ୍ରହାଳୟ, କଦମ-ଏ-ରସୁଲ, ନୟାସଡ଼କ, ବାଲୁ ବଜାର, ହାଇକୋର୍ଟ ଛକ, ଚାନ୍ଦିନୀଚୌକ, ବେଲଭ୍ୟୁ ଛକ ଦେଇ ଶୋଭାଯାତ୍ରାକୁ ସତୀଚୌରା ଛକରୁ ସିଡିଏ ୬ ନମ୍ବରସ୍ଥିତ ଆଇ ହସ୍ପିଟାଲ ଦେଇ ସିଡ଼ିଏ -୯ ମାର୍କେଟ କଂପ୍ଲେକ୍ସ ଓ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରକୁ ନିଆଯିବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.