ଆଜି କଳିଙ୍ଗରେ ସେମି ଫାଇନାଲ ଟକ୍କର

ଆଜି କଳିଙ୍ଗରେ ସେମି ଫାଇନାଲ ଟକ୍କର

କମ୍ପୁଛି କଳିଙ୍ଗ ଷ୍ଟାଡିୟମ । ଆଜି କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପର ସେମି ଫାଇନାଲ ମ୍ୟାଚ୍‌ ଖେଳାଯିବ । ଆଜିର ସେମି ଫାଇନାଲ ଟକ୍କରରେ ଦୁଇଟି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ୪ଟି ଟିମ୍‌ ପଡ଼ିଆକୁ ଓହ୍ଲାଇବେ । ସାଢ଼େ ୪ଟାରୁ ମ୍ୟାଚ ଆରମ୍ଭ ହେବ ।

କମ୍ପୁଛି କଳିଙ୍ଗ ଷ୍ଟାଡିୟମ । ଆଜି କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପର ସେମି ଫାଇନାଲ ମ୍ୟାଚ୍‌ ଖେଳାଯିବ ।  ଆଜିର ସେମି ଫାଇନାଲ ଟକ୍କରରେ ଦୁଇଟି ମ୍ୟାଚ୍‌ ଖେଳାଯିବାକୁ ଥିବା ବେଳେ ୪ଟି ଟିମ୍‌ ପଡ଼ିଆକୁ ଓହ୍ଲାଇବେ । ସାଢ଼େ ୪ଟାରୁ ମ୍ୟାଚ ଆରମ୍ଭ ହେବ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବ ଜର୍ମାନୀ । ପରେ ଦ୍ୱିତୀୟରେ ବେଲଜିୟମ-ନେଦରଲ୍ୟାଣ୍ଡସ୍‌ ମୁହାଁମୁହିଁ ହେବେ । ଅଷ୍ଟ୍ରେଲିଆ ଏବେ ବିଶ୍ୱର ଏକ ନମ୍ବର ରାଙ୍କିଂରେ ରହିଛି । ଚଳିତ ବର୍ଷ ବିଶ୍ୱକପରେ ଅପରାଜୟ ରହିଛି ଅଷ୍ଟ୍ରେଲିଆ ଟିମ୍‌ । ସେପଟେ ସଂଧ୍ୟା ୭ଟାରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ । ବେଲଜିୟମ-ନେଦରଲ୍ୟାଣ୍ଡସ୍‌ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ । ବିଶ୍ୱର ଶ୍ରେଷ୍ଠ ୪ଟି ଟିମ୍‌ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଯେଉଁ ଟିମ୍‌ ସବୁଠାରୁ ଭଲ ପ୍ରଦର୍ଶନ କରିବ ସେହି ଟିମ୍‌ ଫାଇନାଲକୁ ଯିବ ବୋଲି ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ କହିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.