ପାରିବାରିକ ବିବାଦ ମାମଲାରେ ଆଜି ମହିଳା ଥାନାରେ ହାଜର ହେବେ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ପତ୍ନୀ ଶ୍ରୀୟା ମିଶ୍ରଙ୍କ ଅଭିଯୋଗ ପରେ ଡାକିଛି ମହିଳା ଥାନା ପୋଲିସ । ଶ୍ରୀୟା ମିଶ୍ର ବି ଥାନାରେ ହାଜର ହେବେ । ଉଭୟଙ୍କ କାଉନସେଲିଂ ହେବ । ମହିଳା ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ଏଯାଏ ପୋଲିସ କୌଣସି ମାମଲା ରୁଜୁ କରି ନାହିଁ । କାଉନସେଲିଂ ପାଇଁ ଦୁହିଁଙ୍କୁ ମହିଳା ଥାନାକୁ ଡକାଯାଇଛି ।ମିଳିଥିବା ସୂଚନା ଅନୁସାରେ, ଅଭିଯୋଗ ଆଧାରରେ ପ୍ରଥମେ ଶ୍ରୀୟାଙ୍କୁ ଡାକି ପଚରାଉଚରା କରିବ ପୋଲିସ । ପରେ ପକ୍ଷ ରଖିଲେ ହ୍ୟୁମାନ ସାଗର । ଏହାପରେ ଉଭୟଙ୍କୁ ଏକାଠି ବସାଇ ପଚରାଉଚରା କରିବ ମହିଳା ଥାନା ପୋଲିସ । ଗତକାଲି ହ୍ୟୁମାନଙ୍କ ପତ୍ନୀ କଟକ ଡିପସିିଙ୍କୁ ଭେଟିଥିଲେ । କିଛି ମାସ ହେବ ସ୍ୱାମୀ ତାଙ୍କୁ ଅବହେଳା କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ଶ୍ରୀୟା ଅଭିଯୋଗ କରିଥିଲେ ।
ଘରୋଇ ହିଂସା ମାମଲାରେ ପତ୍ନୀ ଥାନାରେ ଅଭିଯୋଗ କରିବା ପରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ଘଟଣା । ଆଇନକୁ ସମ୍ମାନ ଦେଇ ଥାନାରେ ପହଞ୍ଚି ଜବାବ ରଖିବେ । ଦର୍ଶକଙ୍କୁ ନିରାଶ କରିବେ ନାହିଁ ବୋଲି କହିଛନ୍ତି ହ୍ୟୁମାନ ସାଗର ।