ହକି ବିଶ୍ୱକପ୍ ଭାରତର ବିଶ୍ୱକପ୍ ଅଭିଯାନ

ହକି ବିଶ୍ୱକପ୍  ଭାରତର ବିଶ୍ୱକପ୍ ଅଭିଯାନ

ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଲା ଭାରତ । ବିଜୟରୁ ଆରମ୍ଭ ହେଲା ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ । ପ୍ରଥମ ମ୍ୟାଚରେ ସ୍ପେନକୁ ୨-୦ ଗୋଲରେ ମାତ୍ ଦେଇଛି ଭାରତ । ହୋମ ଗ୍ରାଉଣ୍ଡରେ ଆଜି ଦେଶ ପାଇଁ ପ୍ରଥମ ଗୋଲ୍ ସ୍କୋର କରିଥିଲେ ଓଡ଼ିଆ ଖେଳାଳି ତଥା ଟିମ୍ ଇଣ୍ଡିଆ ଉପଅଧିନାୟକ ଅମିତ ରୋହିଦାସ ।

ବିର୍ସା ମୁଣ୍ଡା ଷ୍ଟାଡିୟମରେ ଇତିହାସ ରଚିଲା ଭାରତ । ବିଜୟରୁ ଆରମ୍ଭ ହେଲା ଟିମ୍ ଇଣ୍ଡିଆର ବିଶ୍ୱକପ୍ ଅଭିଯାନ । ପ୍ରଥମ ମ୍ୟାଚରେ ସ୍ପେନକୁ ୨-୦ ଗୋଲରେ ମାତ୍ ଦେଇଛି ଭାରତ । ହୋମ ଗ୍ରାଉଣ୍ଡରେ ଆଜି ଦେଶ ପାଇଁ ପ୍ରଥମ ଗୋଲ୍ ସ୍କୋର କରିଥିଲେ ଓଡ଼ିଆ ଖେଳାଳି ତଥା ଟିମ୍ ଇଣ୍ଡିଆ ଉପଅଧିନାୟକ ଅମିତ ରୋହିଦାସ ।ହରମନପ୍ରୀତ୍ ସିଂଙ୍କଠାରୁ ପାସ୍ ପାଇ ପେନାଲଟି କର୍ଣ୍ଣରକୁ ଗୋଲରେ ପରିଣତ କରିଥିଲେ ଅମିତ । ଏଥିସହ ୧-୦ ଗୋଲରେ ଆଗୁଆ ହୋଇଯାଇଥିଲା ଭାରତ । ବିଶ୍ୱକପ୍‌ର ଏହି ଗୋଲ୍ ଥିଲା ଭାରତ ପାଇଁ ୨ଶହ ତମ ଗୋଲ୍ । ଏହାପରେ ମ୍ୟାଚ୍‌ର ସେକେଣ୍ଡ କ୍ୱାର୍ଟରରେ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ ହାର୍ଦ୍ଦିକ ସିଂ । ୨-୦ ଗୋଲ୍‌ରେ ଆଗୁଆ ହୋଇଯାଇଥିଲା ଭାରତ । ଏହାପରେ ମ୍ୟାଚ୍ ସରିବା ଯାଏଁ ସ୍ପେନ୍ ଆଉ ଗୋଲ୍ ଦେଇପାରିନଥିଲା । ଫଳରେ ଭାରତ ୨-୦ ଗୋଲରେ ବିଜୟୀ ହୋଇଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.