ପାକିସ୍ତାନରେ ପଢିଥିଲେ ଭାରତରେ ନାହିଁ ଚାକିରି

ପାକିସ୍ତାନରେ ପଢିଥିଲେ ଭାରତରେ ନାହିଁ ଚାକିରି

ଭାରତର ଯେକୌଣସି ନାଗରିକ ଏବଂ ବିଦେଶୀ ନାଗରିକ ଯିଏ ପାକିସ୍ତାନର ଯେକୌଣସି ଡିଗ୍ରୀ କଲେଜ ଏବଂ ଶିକ୍ଷାନୁଷ୍ଠାନରେ ଆଡମିଶନ କରିବାକୁ ଇଚ୍ଛା କରନ୍ତି, ପାକିସ୍ତାନରେ ପ୍ରାପ୍ତ ଶିକ୍ଷାଗତ ଯୋଗ୍ୟତା (ଯେକୌଣସି ବିଷୟ) ଆଧାରରେ ଭାରତର ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ ।

ପାକିସ୍ତାନରେ ପଢିଥିଲେ ଭାରତରେ ମିଳିବନି ଚାକିରି । ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଏବଂ ଏଆଇସିଟିଇ(AICTE) ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଏଭଳି ବଡ ଚେତାବନୀ ଦେଇଛି । ଭାରତୀୟ ଛାତ୍ରଛାତ୍ରୀମାନେ ପାକିସ୍ତାନର କୌଣସି କଲେଜ କିମ୍ବା ଶିକ୍ଷାନୁଷ୍ଠାନରେ ଭୁଲରେ ଆଡମିଶନ କରନ୍ତୁ ନାହିଁ । ନଚେତ୍ ସେମାନେ ଭାରତରେ ଚାକିରି ସହ ଦେଶରେ ଉଚ୍ଚଶିକ୍ଷା ଲାଭ କରିବାକୁ ଯୋଗ୍ୟ ହେବେ ନାହିଁ । ଛାତ୍ରଛାତ୍ରୀମାନଙ୍କୁ UGC ଏବଂ AICTE ପକ୍ଷରୁ ମିଳିତ ଭାବେ ଏହା କୁହାଯାଇଛି ।ଭାରତର ଯେକୌଣସି ନାଗରିକ ଏବଂ ବିଦେଶୀ ନାଗରିକ ଯିଏ ପାକିସ୍ତାନର ଯେକୌଣସି ଡିଗ୍ରୀ କଲେଜ ଏବଂ ଶିକ୍ଷାନୁଷ୍ଠାନରେ ଆଡମିଶନ କରିବାକୁ ଇଚ୍ଛା କରନ୍ତି, ପାକିସ୍ତାନରେ ପ୍ରାପ୍ତ ଶିକ୍ଷାଗତ ଯୋଗ୍ୟତା (ଯେକୌଣସି ବିଷୟ) ଆଧାରରେ ଭାରତର ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ । ପାକିସ୍ତାନରେ ଉଚ୍ଚଶିକ୍ଷା ହାସଲ କରିଥିବା ତଥା ଭାରତ ଦ୍ବାରା ନାଗରିକତ୍ବ ପ୍ରାପ୍ତ ପ୍ରବାସୀ ଅବା ସେମାନଙ୍କ ପିଲାମାନେ MHA ରୁ ସୁରକ୍ଷା କ୍ଲିୟରାନ୍ସ ପାଇବା ପରେ ଭାରତରେ ଚାକିରି ପାଇବାକୁ ଯୋଗ୍ୟ ହେବେ । ଏନେଇ ୟୁଜିସି ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ସୂଚନାଥାଉ କି, କିଛି ଦିନ ତଳେ ଉଭୟ UGC ଓ AICTE ମିଳିତ ଆଡ଼ଭାଇଜାରୀ ଜାରି କରି କହିଥିଲେ ଯେ, ଭାରତୀୟ ଛାତ୍ରଛାତ୍ରୀମାନେ ଚୀନର ବିଶ୍ବବିଦ୍ୟାଳୟମାନଙ୍କରେ ଆଡମିଶନ ନିଅନ୍ତୁ ନାହିଁ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.