ଋଷ ଉପରେ ଦିନକୁ ଦିନ ପଡୋଶୀ ଦେଶମାନେ କଡା ପ୍ରତିବନ୍ଧକ ଲଗାଉଥିବା ବେଳେ ଏବେ ବିଶ୍ୱର ସବୁଠାରୁ ବଡ ଆଇଟି କମ୍ପାନୀ ଇନଫୋସିସ ବି ଏକ ବଡ ନିଷ୍ପତ୍ତି ନେଇଛି । କମ୍ପାନୀର ନିଷ୍ପତ୍ତି ମୁତାବକ ଏବେ ଋଷରେ ଥିବା ତାର ସମସ୍ତ କାର୍ଯ୍ୟାଳୟ ବନ୍ଦ କରିବାକୁ ଯାଉଛି । ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ କମ୍ପାନୀର ସହ-ସଂସ୍ଥାପକ ଏନଆର ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ଋଷି ସନକଙ୍କ ଉପରେ ଋଷ ରାଷ୍ଟ୍ରପତି ପୁଟିନ ଦୁର୍ନିତୀ ଅଭିଯୋଗ ଆଣିଛନ୍ତି । ପୁଟିନ କହିଛନ୍ତି କି ଋଷି ବ୍ରିଟିସର ଚାନ୍ସଲର ଭାବେ କାର୍ଯ୍ୟ କରୁଛନ୍ତି । ଅନ୍ୟଏକ ଗଣମାଧ୍ୟମର ରିପୋର୍ଟ ମୁତାବକ ମସ୍କୋରେ କାମ କରୁଥିବା ଇନଫୋସିସର କର୍ମଚାରୀ ମାନଙ୍କୁ ଅନ୍ୟ ସ୍ଥାନରେ କାମ ଖୋଜିବାକୁ କମ୍ପାନୀ ତରଫରୁ କୁହାଯାଇଛି ।