ଆଇଏସ୍ଆଇଏସ୍ କମାଣ୍ଡର ଅବୁ ଇବ୍ରାହିମ୍ ନିହତ

ଆଇଏସ୍ଆଇଏସ୍ କମାଣ୍ଡର ଅବୁ ଇବ୍ରାହିମ୍ ନିହତ

ଆଇଏସଆଇଏସ ଚିଫ୍ ଅବୁ ଇବ୍ରାହିମ୍ ଅଲ-ହାସମି ଅଲ-କ୍ୟୁରେସଙ୍କୁ ନିପାତ କରିଛି ଆମେରିକାର । ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍ ।

ଆଇଏସଆଇଏସ ଚିଫ୍ ଅବୁ ଇବ୍ରାହିମ୍ ଅଲ-ହାସମି ଅଲ-କ୍ୟୁରେସଙ୍କୁ ନିପାତ କରିଛି ଆମେରିକାର । ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍ । ସିରିଆର ଇଦଲିବ ପ୍ରାନ୍ତରେ ଆଇଏସଆଇଏସ ନେତା ଅବୁ ଇବ୍ରାହିମଙ୍କ ବାସଭବନରେ ଡ୍ରୋନ ହମଲା ଓ ଗ୍ରେନଡ ମାଡ କରି ଆମେରିକା ଦୁର୍ଦ୍ଦଷ ଆତଙ୍କବାଦୀଙ୍କୁ ନିହତ କରିଛି । ଟୁଇଟ୍ କରି ବାଇଡେନ ଆମେରିକା ସୈନ୍ୟଙ୍କୁ ପ୍ରଶଂସା କରିଛନ୍ତି । ଅପରେସନ ପରେ ସମସ୍ତ ଆମେରିକା ସୈନ୍ୟ ସୁର କ୍ଷିତ ନିଜ ବେସକୁ ଫେରି ଆସିଛନ୍ତି । ଆତଙ୍କବାଦ ବିରୋଧ ଲଢେଇରେ ଏହା ଏକ ବଡ ବିଜୟ ବୋଲି କହିଛନ୍ତି ବାଇଡେନ୍ । ଇଦଲିବ ପ୍ରାନ୍ତରେ ଆଇଏସଆଇଏସ ମୁଖ୍ୟ ଅବି ଇବ୍ରାହିମଙ୍କ ଧ୍ୱସ୍ତବିଧ୍ୱସ୍ତ ଘରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣାସ୍ଥଳରେ ୧୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଥିରେ ୬ ଜଣ ଶିଶୁ ଓ ୪ ଜଣ ମହିଳାଙ୍କ ମୃତଦେହ ଥିବା ସୂଚନା ମିଳିଛି । ଆମେରିକା ସୈନ୍ୟଙ୍କ ଆକ୍ରମଣରେ ଅବୁ ଇବ୍ରାହିମ ପତ୍ନୀ ଓ ତା ପୁଅ-ଝିଅଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.