ଦିଲ୍ଲୀ ଜାମା ମସ୍‌ଜିଦ୍‌ରେ ମହିଳାଙ୍କ ପାଇଁ ଲାଗିଥିବା କଟକଣା ହଟିଲା

ଦିଲ୍ଲୀ ଜାମା ମସ୍‌ଜିଦ୍‌ରେ ମହିଳାଙ୍କ ପାଇଁ ଲାଗିଥିବା କଟକଣା ହଟିଲା

ଜାମା ମସଜିଦକୁ ଏକାକି କିମ୍ବା ଦଳଗତ ଭାବେ ଝିଅଙ୍କ ପ୍ରବେଶ ଉପରେ ରୋକ୍ ଲଗାଇ ଆଜି ମସଜିଦ ଆଗରେ ଏକ ନୋଟିସ ଲଗାଇଥିଲେ ମସଜିଦ୍ କର୍ତ୍ତୃୃପକ୍ଷ । ଉପାସନା ପାଇଁ ଲୋକେ ମସଜିଦକୁ ଆସୁଥିବା ବେଳେ ଏଠାରେ ଝିଅମାନେ ପୁଅଙ୍କ ସହ ମିଳାମିଶା ଓ ଭିଡିଓ ସୁଟିଂ ଭଳି ଅରୁଚିକର କାର୍ଯ୍ୟ କରୁଥିବା ଘଟଣା ନଜରକୁ ଆସୁଥିଲା ।

ବିବାଦ ଓ ବିରୋଧ ପରେ ହଟିଲା ଦିଲ୍ଲୀର ପ୍ରସିଦ୍ଧ ଜାମା ମସଜିଦ୍‌କୁ ଯୁବତୀଙ୍କ ପ୍ରବେଶ ଉପରେ ଥିବା କଟକଣା । ଦିଲ୍ଲୀ ଉପରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ଯୁବତୀଙ୍କ ପ୍ରବେଶ ନିଷେଧ କଟକଣାକୁ ପ୍ରତ୍ୟାହାର କରି ନେଇଛନ୍ତି ମସ୍‌ଜିଦ୍ କର୍ତ୍ତୃପକ୍ଷ । ଜାମା ମସଜିଦକୁ ଏକାକି କିମ୍ବା ଦଳଗତ ଭାବେ ଝିଅଙ୍କ ପ୍ରବେଶ ଉପରେ ରୋକ୍ ଲଗାଇ ଆଜି ମସଜିଦ ଆଗରେ ଏକ ନୋଟିସ ଲଗାଇଥିଲେ ମସଜିଦ୍ କର୍ତ୍ତୃୃପକ୍ଷ । ଉପାସନା ପାଇଁ ଲୋକେ ମସଜିଦକୁ ଆସୁଥିବା ବେଳେ ଏଠାରେ ଝିଅମାନେ ପୁଅଙ୍କ ସହ ମିଳାମିଶା ଓ ଭିଡିଓ ସୁଟିଂ ଭଳି ଅରୁଚିକର କାର୍ଯ୍ୟ କରୁଥିବା ଘଟଣା ନଜରକୁ ଆସୁଥିଲା । ଏହାକୁ ବିରୋଧ କରି ମସଜିଦ୍ କର୍ତ୍ତୃପକ୍ଷ ଏଭଳି କଟକଣା ଲଗାଇଥିଲେ । ତେବେ ଏହି କଟକଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲ ଏହି ନିଷ୍ପତ୍ତିର ବିରୋଧ କରି ଏହାକୁ ଅସାମ୍ବିଧାନିକ ବୋଲି ମତ ଦେଇଥିଲେ । ପରେ ଦିଲ୍ଲୀର ଉପରାଜ୍ୟପାଳ ଏନେଇ ଇମାମ ସହି ଅହମ୍ମଦ ବୁଖାରୀଙ୍କ ସହ ଆଲୋଚନା କରି ଏହି ନିର୍ଦ୍ଦେଶ ହଟାଇବାକୁ ଅନୁରୋଧ କରିଥିଲେ । ପରେ ମସଜିଦ କର୍ତ୍ତୃୃପକ୍ଷ ନୋଟିସକୁ ହଟାଇ ନେଇଥିଲେ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.