କଣ୍ଟ୍ରାକ୍ଟର ଆତ୍ମହତ୍ୟା ମାମଲା, ଇସ୍ତଫା ଦେଲେ କର୍ଣ୍ଣାଟକ ମନ୍ତ୍ରୀ ଈଶ୍ବରପ୍ପା

କଣ୍ଟ୍ରାକ୍ଟର ଆତ୍ମହତ୍ୟା ମାମଲା, ଇସ୍ତଫା ଦେଲେ କର୍ଣ୍ଣାଟକ ମନ୍ତ୍ରୀ ଈଶ୍ବରପ୍ପା

ଠିକାଦାର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲା । ଇସ୍ତଫା ଦେଲେ କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କେ.ଏସ ଈଶ୍ୱରପ୍ପା । ନିଜର ଇସ୍ତଫା ପତ୍ର ସେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ପ୍ରଦାନ କରିଛନ୍ତି ।

ଠିକାଦାର ସନ୍ତୋଷ ପାଟିଲ ଆତ୍ମହତ୍ୟା ମାମଲା । ଇସ୍ତଫା ଦେଲେ କର୍ଣ୍ଣାଟକ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କେ.ଏସ ଈଶ୍ୱରପ୍ପା । ନିଜର ଇସ୍ତଫା ପତ୍ର ସେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ପ୍ରଦାନ କରିଛନ୍ତି । ଇସ୍ତଫା ଦେବା ପୂର୍ବରୁ ସେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ବିରାଟ ପଟୁଆରରେ ହଜାର ହଜାର ସମର୍ଥକଙ୍କ ସହ ନିଜ ନିର୍ବାଚନମଣ୍ଡଳୀ ଶିବମୋଗାରୁ ବେଙ୍ଗଳୁରୁ ଯାଇଥିଲେ ଈଶ୍ୱରପ୍ପା । ତାଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଉଛି ବୋଲି ଈଶ୍ୱରପ୍ପାଙ୍କ ସମର୍ଥକମାନେ କହିଛନ୍ତି । ପୂର୍ବରୁ ସେ ଟୁମକୁର ସ୍ଥିତ ଶ୍ରୀ ସିଦ୍ଧଗଙ୍ଗାମଠ ପରିଦର୍ଶନ କରିଥିଲେ । ବ୍ୟସ୍ତ ନ ହେବାକୁ ସେ ନିଜ ସମର୍ଥକଙ୍କୁ କହିଛନ୍ତି । ସେ ତାଙ୍କ ଶୁଭଚିନ୍ତକ ଓ ବରିଷ୍ଠ ନେତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିବାକୁ ଚାହାନ୍ତି ନାହିଁ ବୋଲି ଈଶ୍ୱରପ୍ପା କହିଛନ୍ତି ।


ଇସ୍ତଫା ଦେବା ପାଇଁ ଗତକାଲି ଘୋଷଣା କରିଥିଲେ ଈଶ୍ୱରପ୍ପା । ଖୋଦ୍ ବିଜେପି ହାଇକମାଣ୍ଡ ଈଶ୍ୱରପ୍ପାଙ୍କ ସହ ଇସ୍ତଫା ବାବଦରେ ପରାମର୍ଶ କରିଥିଲେ । ଏଣେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲେ ମଧ୍ୟ କାହିଁକି ଗିରଫ କରାଯାଇ ନାହିଁ ବୋଲି ବିରୋଧୀ ଦଳ ପ୍ରଶ୍ନ କରିଛନ୍ତି । ଆତ୍ମହତ୍ୟାକୁ ଉସୁକାଇବା ମାମଲାରେ ତାଙ୍କ ବିରୋଧରେ ଏତଲା ଦାଏର କରାଯାଇଛି । ଠିକାଦାର ତାଙ୍କ ସୁଇସାଇଡ ନୋଟରେ ମନ୍ତ୍ରୀଙ୍କ ନାଁ ଉଲ୍ଲେଖ କରିଥିଲେ । ସେପଟେ ଈଶ୍ୱରାପ୍ପାଙ୍କ ଇସ୍ତଫା ଦାବିରେ କଂଗ୍ରେସ ପକ୍ଷରୁ ଦିଆଯାଇଥିଲା ଧାରଣା ।

 


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.