ଭକ୍ତଙ୍କ ପାଇଁ ଖୋଲିଲା ବାବା କେଦାରନାଥ ମନ୍ଦିର

ଭକ୍ତଙ୍କ ପାଇଁ ଖୋଲିଲା ବାବା କେଦାରନାଥ ମନ୍ଦିର

ପ୍ରବଳ ତୁଷାର ପାତ ସତ୍ତ୍ୱେ ଫିଟିଲା ବାବା କେଦାରନାଥଙ୍କ ଦ୍ବାର। ବ୍ରାହ୍ମ ମୁହୂର୍ତ୍ତରେ ଗର୍ଭଗୃହରେ କେଦାରନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ସର୍ବସାଧାରଣ ଦର୍ଶନ ପାଇଁ କବାଟ ଖୋଲିଛି ।

 ପ୍ରବଳ ତୁଷାର ପାତ ସତ୍ତ୍ୱେ ଫିଟିଲା ବାବା କେଦାରନାଥଙ୍କ ଦ୍ବାର। ବ୍ରାହ୍ମ ମୁହୂର୍ତ୍ତରେ ଗର୍ଭଗୃହରେ କେଦାରନାଥଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ସର୍ବସାଧାରଣ ଦର୍ଶନ ପାଇଁ କବାଟ ଖୋଲିଛି । କେଦାରନାଥ ମନ୍ଦିରକୁ ୩୫ କୁଇଣ୍ଟାଲ ଫୁଲରେ ସୁନ୍ଦର ଭାବେ ସଜାଯାଇଛି। ଦର୍ଶନ ପାଇଁ ଗଙ୍ଗୋତ୍ରୀ ଧାମର କବାଟ ଖୋଲିବା ପରେ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି ।ଖବର ଅନୁଯାୟୀ, ପ୍ରବଳ ଥଣ୍ଡା କାରଣରୁ ଗତ ଅକ୍ଟୋବର ମାସରୁ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବନ୍ଦ କରାଯାଇଥିଲା । ତେବେ ପଦଯାତ୍ରା ସହ ଶ୍ରଦ୍ଧାଳୁମାନେ ହେଲିକପ୍ଟରରେ ମଧ୍ୟ ଯାତ୍ରା କରିପାରିବେ । ଉତ୍ତରଖଣ୍ଡ ପର୍ଯ୍ୟଟନ ବିଭାଗ ପକ୍ଷରୁ ହେଲିକପ୍ଟର ଯୋଗେ କେଦାରନାଥଯାତ୍ରା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଯାଏ କେଦାରନାଥଯାତ୍ରା ପାଇଁ ପ୍ରାୟ ୩ ଲକ୍ଷ ଲୋକ ବୁକିଂ କରିଥିବା ଜଣାପଡିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.