ଏଥରବି ଖଣ୍ଡଗିରିର ପେଣ୍ଡାଲରେ ନଗ୍ନତା ଓ ଅଶ୍ଳୀଳତା ଉପରେ କଟକଣା

ଏଥରବି ଖଣ୍ଡଗିରିର ପେଣ୍ଡାଲରେ ନଗ୍ନତା ଓ ଅଶ୍ଳୀଳତା ଉପରେ କଟକଣା

ଶୁଭିବ ଦମଦାର ସଂଳାପ, ଦୁଲୁକିବ ଯାତ୍ରାମଞ୍ଚ। ରଙ୍ଗୀନ ଆଲୋକ ସାଙ୍ଗକୁ ଦର୍ଶକଙ୍କ କରତାଳିରେ କମ୍ପିବ ଖଣ୍ଡଗିରି ପାଦଦେଶ। ୨ ବର୍ଷ ପରେ ପୁଣି ଥରେ ଜମିବ ଖଣ୍ଡଗିରି ମେଳା।

ଶୁ ଭିବ ଦମଦାର ସଂଳାପ, ଦୁଲୁକିବ ଯାତ୍ରାମଞ୍ଚ। ରଙ୍ଗୀନ ଆଲୋକ ସାଙ୍ଗକୁ ଦର୍ଶକଙ୍କ କରତାଳିରେ କମ୍ପିବ ଖଣ୍ଡଗିରି ପାଦଦେଶ। ୨ ବର୍ଷ ପରେ ପୁଣି ଥରେ ଜମିବ ଖଣ୍ଡଗିରି ମେଳା। ରାଜ୍ୟ ତଥା ରାଜ୍ୟ ବାହାରର ଶତାଧିକ ସାଧୁସନ୍ଥଙ୍କ ଭିଡ ଜମିବ। ହୋମ ଯଜ୍ଞ ଭିତରେ ଶୁଭିବ ସାଧୁସନ୍ଥଙ୍କ ଦିବ୍ୟ ଆଳତି। ତା ସାଙ୍ଗକୁ ଖଣ୍ଡଗିରି ପାଦ ଦେଶରେ ଦୁଲୁକିବ ଯାତ୍ରା ମଂଚ। କିଣାବିକା ଓ ବୁଲାବୁଲିର ମଜା ଉଠାଇବେ ଦର୍ଶକ। ଆସନ୍ତା ୨୮ରୁ ଆରମ୍ଭ ହେଉଛି ଖଣ୍ଡଗିରି ମେଳା।

ମାଘ ମେଳା ପାଇଁ ସଜେଇ ହେଲାଣି ଖଣ୍ଡଗିରି। ଦୁଇ ବର୍ଷ ପରେ ପୁଣି ଜମିବ ଯାତ୍ରା। ଐତିହାସିକ ପାହାଡ ପାଦ ଦେଶରେ ଦୁଲୁକିବ ମଂଚ। ଜାନୁୁଆରୀ ୨୮ରୁ ଫେବ୍ରୁଆରୀ ୧୦ଯାଏଁ ଚାଲିବ ଖଣ୍ଡଗିରି ମେଳା। ଏଥର ଶୃଙ୍ଖଳିତ ଯାତ୍ରା ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ଏସଓପି। ଯାତ୍ରା ପାର୍ଟି କାହାର ଭାବନାକୁ ଆଘାତ ଦେଲା ଭଳି ନାଟକ ନାମକରଣ କରିବେନି। ଅପେରାରେ ରହିବନି ଅଶ୍ଲୀଳତା। ଯାତ୍ରା ପ୍ରଚାରରେ ଉଚ୍ଚ ଶବ୍ଦ ହେବନାହିଁ। ଯାତ୍ରା ପାର୍ଟି ମାଲିକମାନେ ନିଜ ନିଜ ମଂଚ ଆଗରେ ସୁରକ୍ଷାକର୍ମୀ ଓ ସ୍ୱେଚ୍ଛାସେବୀ ମୁତୟନ କରିବେ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.