ରାଜକୀୟ ‌ଶୈଳୀରେ ବିବାହ କରିବେ କିଆରା ଓ ସିଦ୍ଧାର୍ଥ

ରାଜକୀୟ ‌ଶୈଳୀରେ ବିବାହ କରିବେ କିଆରା ଓ ସିଦ୍ଧାର୍ଥ

ବଲିଉଡ ଅଭିନେତ୍ରୀ କିଆରା ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ବିବାହ ଫେବ୍ରୁଆରି ୬ ତାରିଖରେ ହେବ। କିଆରା ଓ ସିଦ୍ଧାର୍ଥଙ୍କ ରାଜକୀୟ ‌ଶୈଳୀରେ ବିବାହ ହେବ।

ବଲିଉଡ ଅଭିନେତ୍ରୀ କିଆରା ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ବିବାହ ଫେବ୍ରୁଆରି ୬ ତାରିଖରେ ହେବ।  କିଆରା ଓ ସିଦ୍ଧାର୍ଥଙ୍କ ରାଜକୀୟ ‌ଶୈଳୀରେ ବିବାହ ହେବ। ସେଥିପାଇଁ ଦୁହେଁ ଜୋରଦାର ପ୍ରସ୍ତୁତି କରୁଛନ୍ତି। ଜୈସଲମରର  ପଞ୍ଚତାରକା ହୋଟେଲ ସୂର୍ଯ୍ୟଗଡ଼ ଦୁର୍ଗରେ କିଆରା ଓ ସିଦ୍ଧାର୍ଥଙ୍କ ବିବାହ ହେବ ବୋଲି କୁହାଯାଉଛି।

କିଆରା ଓ ସିଦ୍ଧାର୍ଥଙ୍କ ବିବାହରେ ବଲିଉଡର ଜଣାଶୁଣା ଅଭିନେତା ଓ ଅଭିନେତ୍ରୀଙ୍କ ସହିତ ଅନେକ ବିଶେଷ ଅତିଥି ଓ ଉଭୟଙ୍କ ବନ୍ଧୁବାନ୍ଧବ ଉପସ୍ଥିତ ରହିବେ।  ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ବି କରାଯାଉଛି। ବିବାହ ଶେଷ ହେବା ପରେ ଦୁହିଁଙ୍କର ଦୁଇ ଥର ରିସେପସନ ହେବାର ଯୋଜନା ଚାଲିଛି ବୋଲି ଖବର ମିଳିଛି।ତେବେ କିଆରା ଓ ସିଦ୍ଧ‌ାର୍ଥଙ୍କ ବିବାହରେ ଅଭିନେତ୍ରୀଙ୍କ କୋ-ଷ୍ଟାର ରାମ ଚରଣ ତାଙ୍କ ସ୍ତ୍ରୀଙ୍କ ସହିତ ସାମିଲ ହେବେ ବୋଲି ଖବର ମିଳିଛି। ରାମ ଚରଣଙ୍କ ବ୍ୟତୀତ ଏହି ବିବାହ ଉତ୍ସବରେ ସାହିଦ କପୁର ଓ ମୀରା ରାଜପୁତଙ୍କ ସମେତ କରଣ ଜୋହର, ଅଶ୍ବିନୀ ୟାର୍ଡି, ବରୁଣ ଧାୱନ, ନତାଶା ଦଲାଲଙ୍କୁ କିଆରା ଓ ସିଦ୍ଧାର୍ଥଙ୍କ ବିବାହରେ ନିମନ୍ତ୍ରଣ କରାଯାଇଛି।

କିଆରା ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହ ପାଇଁ ସ୍ଥିର ହୋଇଥିବା ସ୍ଥ‌ାନ ସୂର୍ଯ୍ୟଗଡ଼ ଦୁର୍ଗରେ ସମୁଦାୟ ୮୩ଟି କୋଠରୀ ରହିଥିବା ବେଳେ ଭଡ଼ା କିନ୍ତୁ ଭିନ୍ନ ଭିନ୍ନ ରହିଛି। ଏଠାକାର ଭଡ଼ା ଦିନକୁ ୧୨ହଜାରରୁ ଆରମ୍ଭ ହୋଇ ଲକ୍ଷଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ଦୁର୍ଗକୁ ଦୁହେଁ ବିବାହ ପାଇଁ ୫ଦିନ ପର୍ଯ୍ୟନ୍ତ  ବୁକ କରିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.