ରୋଷେଇ ଘରେ ଏହିସବୁ ଜିନିଷର ଅଭାବ ପରିବାରରେ ଆଣିଥାଏ ଘୋର ଆର୍ଥିକ ସଙ୍କଟ

ରୋଷେଇ ଘରେ ଏହିସବୁ ଜିନିଷର ଅଭାବ ପରିବାରରେ ଆଣିଥାଏ ଘୋର ଆର୍ଥିକ ସଙ୍କଟ

ସୁଖସମୃଦ୍ଧିର ସମ୍ପର୍କ ରୋଷେଇ ଘର ସହିତ ଅଛି । ରୋଷେଇ ଘରେ ମାତା ଅନ୍ନପୂର୍ଣ୍ଣାଙ୍କ ବାସ କରନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ରୋଷେଇ ଘରେ କିଛି ନିର୍ଦ୍ଦିଷ୍ଟ ଜିନିଷ କେବେ ଖାଲି ହେବା ଉଚିତ୍ ନୁହେଁ ।

ସୁଖସମୃଦ୍ଧିର ସମ୍ପର୍କ ରୋଷେଇ ଘର ସହିତ ଅଛି । ରୋଷେଇ ଘରେ ମାତା ଅନ୍ନପୂର୍ଣ୍ଣାଙ୍କ ବାସ କରନ୍ତି ବୋଲି ବିଶ୍ବାସ ରହିଛି। ତେଣୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ରୋଷେଇ ଘରେ କିଛି ନିର୍ଦ୍ଦିଷ୍ଟ ଜିନିଷ କେବେ ଖାଲି ହେବା ଉଚିତ୍ ନୁହେଁ । କାରଣ ଏହାଦ୍ବାରା ମା’ ଅନ୍ନପୂର୍ଣ୍ଣାଙ୍କ କୋପଦୃଷ୍ଟି ପଡ଼େ ଏବଂ ଘରେ ଆର୍ଥିକ ସଙ୍କଟ ଦେଖାଯାଏ । ତେବେ ରୋଷେଇ ଘରର ସେସବୁ ଜିନିଷ ହେଉଛି –

ପ୍ରଥମ ଜିନିଷ ହେଉଛି ଅଟା । ରୋଷେଇ ଘରେ କେବେ ମଧ୍ୟ ଅଟା ଡବା ଖାଲି ରଖନ୍ତୁ ନାହିଁ । ଅଟା ଡବା ଖାଲି ରହିଲେ ମାନସମ୍ମାନ ହାନି ହୋଇଥାଏ ବୋଲି କୁହାଯାଏ ।

ରୋଷେଇଠାରୁ ଆରମ୍ଭ କରି ପ୍ରତ୍ୟେକ ଶୁଭ କାମରେ ବ୍ୟବହାର ହେଉଥିବା ହଳଦୀକୁ ମଧ୍ୟ ରୋଷେଇ ଘରୁ କେବେ ସରିବାକୁ ଦିଅନ୍ତୁ ନାହିଁ । ଏହା ଦ୍ବାରା ଗୁରୁ ଦୋଷ ଲାଗିଥାଏ, ସୁଖସମୃଦ୍ଧି ବୃଦ୍ଧି ହୁଏ ନାହିଁ ଏବଂ ଶୁଭକାର୍ଯ୍ୟରେ ବିଳମ୍ବ ହୋଇଥାଏ।

ଚାଉଳ ସହିତ ଶୁକ୍ର ଗ୍ରହର ସମ୍ପର୍କ ଅଛି । ଶୁକ୍ର ହେଉଛି ଭୌତିକ ସୁଖର କାରକ । ତେଣୁ ରୋଷେଇଘରୁ ଚାଉଳଡବାକୁ ସମ୍ପୂର୍ଣ୍ଣ ଖାଲି କରନ୍ତୁ ନାହିଁ ।

ରୋଷେଇଘରେ ଲୁଣର ଅଭାବ ମଧ୍ୟ ଆର୍ଥିକ ସଙ୍କଟର କାରଣ ହୋଇଥାଏ | ତେଣୁ କେବେ ମଧ୍ୟ ଲୁଣଡବାକୁ ଖାଲି କରନ୍ତୁ ନାହିଁ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.