ପୋଢୁଆଁଷ୍ଟମୀର ପରମ୍ପରା ଓ ମହତ୍ଵ

ପୋଢୁଆଁଷ୍ଟମୀର ପରମ୍ପରା ଓ ମହତ୍ଵ

ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଏହି ଦିନ ପ୍ରତି ଓଡ଼ିଆଙ୍କ ଘରେ ଘରେ ପାଳନ ହୋଇଥାଏ ପ୍ରଥମାଷ୍ଟମୀ । ଓଡ଼ିଶାର ଏହି ପାରମ୍ପରିକ ପର୍ବକୁ ପୋଢ଼ୁଆଁଷ୍ଟମୀ ବୋଲି କହିଥାନ୍ତି ।

ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଏହି ଦିନ ପ୍ରତି ଓଡ଼ିଆଙ୍କ ଘରେ ଘରେ ପାଳନ ହୋଇଥାଏ ପ୍ରଥମାଷ୍ଟମୀ । ଓଡ଼ିଶାର ଏହି ପାରମ୍ପରିକ ପର୍ବକୁ ପୋଢ଼ୁଆଁଷ୍ଟମୀ ବୋଲି କହିଥାନ୍ତି । ପୂର୍ବରୁ ମାର୍ଗଶିର ମାସକୁ ବର୍ଷାରମ୍ଭର ପ୍ରଥମ ମାସ ଭାବେ ଗ୍ରହଣ କରାଯାଉଥିଲା । ଏହି ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କେହି କେହି ମତ ଦେଇଥାନ୍ତି । ଏହି ଦିନ ପ୍ରତ୍ୟେକଙ୍କ ଘରେ ପ୍ରଥମାଷ୍ଟମୀ ପାଳନ ହେବା ସହ ବନ୍ଧୁମାନଙ୍କ ଉପସ୍ଥିତିକୁ ନେଇ ଏକ ଖୁସିବାସିର ମାହୋଲ ସୃଷ୍ଟି ହୋଇଥାଏ । ପ୍ରଥମାଷ୍ଟମୀ ଦିନ ବଂଶର ବଡ଼ ପୁଅଝିଅ ମାନେ ପୋଢ଼ୁଆଁ ହୋଇଥାନ୍ତି । ମାମୁଁ ଘର ତରଫରୁ ବଡ଼ ଭଣଜା ଭାଣିଜୀଙ୍କୁ ପୋଢୁଆଁ କରିବାର ପରଂପରା ରହିଆସିଛି । ମାମୁଁଙ୍କ ତରଫରୁ ମିଳିଥିବା ନୂଆ ପୋଷାକ ପରିଧାନ କରି ବନ୍ଦାପନା ହୋଇଥାନ୍ତି ଭଣଜା ଭାଣିଜୀ ମାନେ ।

ଜେ୍ୟଷ୍ଠ ସନ୍ତାନମାନଙ୍କର ସୁଖ ସମୃଦ୍ଧି କାମନା କରିବା ସହ ଦୀର୍ଘଜୀବନ କାମନା କରିବା ପାଇଁ ପାଳନ ହୋଇଥାଏ ପୂଜାବିଧି । ନୂଆବସ୍ତ୍ର ପରିଧାନ କରିସାରିବା ପରେ ଏକ ଭକ୍ତିମୟ ପରିବେଶରେ ଈଶ୍ୱରଙ୍କ ଆଶିଷ କାମନା କରି ବନ୍ଦାପନା କରାଯାଇଥାଏ । ଘରର ମାଆମାନେ ଏହି ପୂଜାବିଧି ସଂପାଦନ କରିଥାନ୍ତି । ଏଥିସହ ଘରେ ପ୍ରସ୍ତୁତ ହୋଇଥାଏ ଏଣ୍ଡୁରି ପିଠା । ହଳଦି ପତ୍ରରେ ପ୍ରସ୍ତୁତ ଏହି ଏଣ୍ଡୁରିପିଠା ଭୋଗ ହେବା ସହ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରି ସମସ୍ତେ ଖୁସି ହୋଇଥାନ୍ତି । ଏବଂ କେବଳ ଏହି ପର୍ବରେ ଏଣ୍ଡୁରିପିଠାର ପରମ୍ପରା ରହିଥାଏ ।

ଓଡ଼ିଶାରେ ପ୍ରଥମାଷ୍ଟମୀ ଦିନ ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଘର ଯାତ୍ରା ହୋଇଥାଏ । ଲିଙ୍ଗରାଜ ମହାପ୍ରଭୁ ଏହିଦିନ ତାଙ୍କ ମାମୁଘର ରୂପେ ପରିଚିତ କପାଳିମଠକୁ ଯାଆନ୍ତି ପୋଢୁଆଁ ହେବାପାଇଁ । ଏହିମଠର ଆରାଧ୍ୟ ଦେବତ। ବରୁଣେଶ୍ୱର ଓ ବଳଦେବ । ଏହି ମଠ ହତାରେ ଥିବା ପାପନାଶିନୀ ପୁଷ୍କରିଣୀର ଜଳ ପ୍ରଥମାଷ୍ଟମୀ ଦିନ ପାନ କଲେ ସମସ୍ତ ପାପକ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି ।ତନ୍ତ୍ର ସାଧକମାନଙ୍କ ମତରେ ପ୍ରଥମାଷ୍ଟମୀର ରାତ୍ରି ବେଶ୍‌ ମହତ୍ତ୍ୱପୂର୍ଣ୍ଣ । ତାନ୍ତ୍ରିକ ଭାଷାରେ ଏହାର ନାମ ଘୋରରାତ୍ରି । କୁହାଯାଏ ଆଦିଶକ୍ତି ଏହି ଦିନ କାଳରାତ୍ରି ରୂପେ ଅବତୀର୍ଣ୍ଣ ହୋଇଥିଲେ । ପ୍ରଥମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଲାଗି ରହିଥାଏ ଭକ୍ତଙ୍କ ଭିଡ଼ । ଶ୍ରୀଜିଉଙ୍କୁ ଦର୍ଶନ କରି ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଶୀର୍ବାଦ କାମନା କରିଥାନ୍ତି ।

ଆଜି ଓଡ଼ିଶାର ପୁରପଲ୍ଲୀରେ ପ୍ରଥମାଷ୍ଟମୀ ସହ କାଞ୍ଜିଅଅଁଳା ଓଷା ମଧ୍ୟ ପାଳନ ହେଉଛି । ଘରର ସନ୍ତାନମାନଙ୍କ ମଙ୍ଗଳ କାମନା କରି ଷଠୀ ଦେବୀଙ୍କ ପାଖରେ ଶୁଭମନାସୀଛନ୍ତି ମାଆମାନେ । ଷଠୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ପରମ୍ପରା ମୁତାବକ ଏହି ଓଷାକୁ ପାଳନ କରାଯାଉଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.