ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ସଙ୍କେତ, ଜାଣନ୍ତୁ କିପରି

ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ସଙ୍କେତ, ଜାଣନ୍ତୁ କିପରି

ଧରାପୃଷ୍ଟରେ ଯେଉଁମନେ ଜନ୍ମ ହୋଇଛନ୍ତି ତାଙ୍କ ମୃତ୍ୟୁ ଏକ ଅଟଳ ସତ୍ୟ । ମୃତ୍ୟୁ କବଳରୁ ଆଜିଯାଏଁ କେହି ବି ମୁକୁଳି ପାରିନାହାନ୍ତି । ଶାସ୍ତ୍ର ଅନୁସାରେ ମୃତ୍ୟୁ ମଣିଷରେ କର୍ମ ଉପରେ ନିର୍ଭର କରେ ।

ଧରାପୃଷ୍ଟରେ ଯେଉଁମନେ ଜନ୍ମ ହୋଇଛନ୍ତି ତାଙ୍କ ମୃତ୍ୟୁ ଏକ ଅଟଳ ସତ୍ୟ । ମୃତ୍ୟୁ କବଳରୁ ଆଜିଯାଏଁ କେହି ବି ମୁକୁଳି ପାରିନାହାନ୍ତି । ଶାସ୍ତ୍ର ଅନୁସାରେ ମୃତ୍ୟୁ ମଣିଷରେ କର୍ମ ଉପରେ ନିର୍ଭର କରେ । ପୌରାଣିକ ଗ୍ରନ୍ଥ ଅନୁସାରେ ମୃତ୍ୟୁ କେବଳ ଶରୀରର ହୋଇଥାଏ କାରଣ ଆତ୍ମା ତ ଅମର । ଶାସ୍ତ୍ରରେ ମୃତ୍ୟୁ ପୂର୍ବରୁ ଦେଖାଦେଉଥିବା ଲକ୍ଷଣ ଗୁଡ଼ିକର ମଧ୍ୟ ଉଲ୍ଲେଖ କରାଯାଇଛି । ତେବେ ଆସନ୍ତୁ ଜାଣିବା ସେ ଲକ୍ଷଣ ଗୁଡ଼ିକ କ’ଣ କ’ଣ ।

ନିଜ ନାକ ଦେଖାଯିବ ନାହିଁ-  ହିନ୍ଦୁ ଶାସ୍ତ୍ରରେ କୁହାଯାଇଛି ଯେ ଯେବେ କାହାର ମୃତ୍ୟୁର ସମୟ ପାଖେଇ ଆସୁଥିବ ସେତେବେଳେ ଉକ୍ତ ବ୍ୟକ୍ତିକୁ ନିଜ ନାକର ଅଗ୍ରଭାଗ ଦେଖାଦିଏନାହିଁ । କାରଣ ମୃତ୍ୟୁ ପାଖେଇ ଆସୁଥିଲେ ଆଖି ଉପରକୁ ଚଢ଼ିବାକୁ ଲାଗେ ।

ବ୍ରହ୍ମାଣ୍ଡ ବି ଦେଇଥାଏ ସଙ୍କେତ- ଯେବେ କାହାର ମୃତ୍ୟୁ ହେବାକୁ ଯାଉଥିବ ସେତେବେଳେ ତାକୁ ସବୁ ଜିନିଷ ଦୁଇ ଭାଗରେ ଭାଙ୍ଗି ହୋଇ ପଡ଼ିଯାଉଥିବା ନଜର ଆସିବ । ଏମିତିକି ଆକାଶ ମଧ୍ୟ ଦୁଇ ଭାଗରେ ଭାଙ୍ଗି ନିଜ ଉପରେ ପଡ଼ିଯିବା ଭଳି ଅନୁଭବ ହୋଇଥାଏ, ଯାହାକି ବାସ୍ତବରେ ହୋଇନଥାଏ ।

ଆଇନାରେ ନିଜ ଚେହେରା ଦେଖାଦିଏ ନାହିଁ- ଯେବେ କାହାର ମୃତ୍ୟୁ ନିକଟତର ଆସୁଥାଏ ନିଜ ଚେହେରା ଆଇନାରେ ଦେଖାଯାଏନାହିଁ । ଯେବେ ଏଭଳି ଅନୁଭବ ହୁଏ ତେବେ ଜାଣଇବେ ଯେ ଆପଣ ମୃତ୍ୟୁର ନିକଟତର ହେଉଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.