ବିଟ୍‌ ଖାଇଲେ ଶରୀରକୁ ଏହିସବୁ ଫାଇଦା ମିଳିଥାଏ

ବିଟ୍‌ ଖାଇଲେ ଶରୀରକୁ ଏହିସବୁ ଫାଇଦା ମିଳିଥାଏ

ବିଟ୍‌ ପାଟିକୁ ସୁଆଦିଆ ଲାଗୁ ନ ଥିଲେ ମଧ୍ୟ ଏହାକୁ ଖାଇଲେ ଅନେକ ସ୍ୱାସ୍ଥ୍ୟ ଜନିତ ଲାଭ ମିଳିଥାଏ। ବିଶେଷ କରି ଶୀତ ଦିନେ ଖାଦ୍ୟରେ ବିଟ୍‌କୁ ସାମିଲ କରିବା ଉଚିତ୍‌।

ବିଟ୍‌ ପାଟିକୁ ସୁଆଦିଆ ଲାଗୁ ନ ଥିଲେ ମଧ୍ୟ ଏହାକୁ ଖାଇଲେ ଅନେକ ସ୍ୱାସ୍ଥ୍ୟ ଜନିତ ଲାଭ ମିଳିଥାଏ। ବିଶେଷ କରି ଶୀତ ଦିନେ ଖାଦ୍ୟରେ ବିଟ୍‌କୁ ସାମିଲ କରିବା ଉଚିତ୍‌।

ତା’ହେଲେ ଆସନ୍ତୁ ଜାଣିବା ବିଟ୍ ଖାଇଲେ କେଉଁ ସବୁ ଫାଇଦା ମିଳେ…

  • ବିଟ୍‌ରେ ଭିଟାମିନ୍‌ ବି ଓ ସି ସହିତ ଫସ୍‌ଫରସ୍, କ୍ୟାଲସିୟମ୍‌, ପ୍ରୋଟିନ୍‌ ଓ ଆଣ୍ଟି-ଅକ୍ସିଡାଣ୍ଟସ୍‌ ରହିଛି। ବିଟ୍‌ ଖାଇଲେ ରକ୍ତ ସଫା ହୁଏ ଓ ଶରୀରରେ ଅମ୍ଳଜାନର ପରିମାଣ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରେ।
  • ଏଥିରେ ଥିବା ଫସ୍‌ଫରସ୍‌ ଆପଣଙ୍କ କେଶକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।
  • ବିଟ୍‌କୁ କାଟି ତ୍ୱଚାରେ ଲଗାଇଲେ ଡେଡ୍‌ ସେଲ୍‌ ସଫା ହୋଇଥାଏ।
  • ବିଟ୍‌ରେ ଆଇରନ୍‌, ସୋଡିୟମ୍‌, ପୋଟାସିୟମ୍‌ ଓ ଫସଫରସ୍‌ର ମାତ୍ରା ଅଧିକ ଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ
  • ଏଥିରେ ଥିବା ଫାଇବର୍‌ ଶର୍କରାର ଏକ ପ୍ରାକୃତିକ ଉତ୍ସ। ଏହା ପେଟ ସଫା କରିବା ସହିତ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ତେଣୁ ଶୀତ ଦିନେ ବିଟ୍‌ରେ ପ୍ରସ୍ତୁତ ସାଲାଡ୍ ଅବା ଜୁସ୍ ପିଇବା ଉଚିତ୍।
  • ରକ୍ତଚାପ ରୋଗୀଙ୍କ ପାଇଁ ବିଟ୍‌ ଉପକାରୀ। ଏହାର ଜୁସ୍‌ ତିଆରି କରି ପିଇଲେ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ।
  • ଯଦି ଆପଣ କୌଣସି କାର୍ଯ୍ୟ କରିବା ସମୟରେ ଥକା ଅନୁଭବ କରୁଛନ୍ତି, ତା’ହେଲେ ଶରୀରକୁ ଠିକ୍‌ ଭାବରେ ଅକ୍ସିଜେନ୍‌ ନ ମିଳିବା କାରଣରୁ ଏପରି ହୋଇଥାଏ। ଏହି ସମୟରେ ଆପଣ ବିଟ୍‌ ଜୁସ୍‌ ପିଇଲେ ଥକାପଣ ଦୂର ହୋଇଥାଏ ଓ ଶରୀରକୁ ଶକ୍ତି ମିଳିଥାଏ।

ପଢନ୍ତୁ: ଜାଣନ୍ତୁ କିପରି ନେବେ ୩ ବର୍ଷରୁ ଉର୍ଦ୍ଧ ପିଲାମାନଙ୍କ ତ୍ଵଚାର ଯତ୍ନ

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.