ବିଭିନ୍ନ ଚର୍ମ ସମସ୍ୟାରୁ ଛୁଟ୍ କାରା ଦେଇଥାଏ କମଳା ଚୋପା

ବିଭିନ୍ନ ଚର୍ମ ସମସ୍ୟାରୁ ଛୁଟ୍ କାରା ଦେଇଥାଏ କମଳା ଚୋପା

ମହିଳାମାନେ ସେମାନଙ୍କ ତ୍ୱଚାରେ ଚମକ ଆଣିବା ପାଇଁ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ସ ବ୍ୟବହାର କରିଥାନ୍ତି । ମାତ୍ର ବଜାରରେ ଉପଲବ୍ଧ ଥିବା ଏହି ବିୟୁଟି ପ୍ରଡକ୍ସରେ ଅନେକ କେମିକାଲ୍ସ ମିଶ୍ରଣ ହୋଇଥାଏ ।

ମହିଳାମାନେ ସେମାନଙ୍କ ତ୍ୱଚାରେ ଚମକ ଆଣିବା ପାଇଁ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ସ ବ୍ୟବହାର କରିଥାନ୍ତି । ମାତ୍ର ବଜାରରେ ଉପଲବ୍ଧ ଥିବା ଏହି ବିୟୁଟି ପ୍ରଡକ୍ସରେ ଅନେକ କେମିକାଲ୍ସ ମିଶ୍ରଣ ହୋଇଥାଏ । ଏହା ତ୍ୱଚା ପାଇଁ ହାନିକାରକ ହୋଇପାରେ । କିନ୍ତୁ ଆପଣ ଚାହିଁଲେ ପ୍ରାକୃତିକ ଉପାୟରେ ତ୍ୱଚାର ଯତ୍ନ ନେଇ ପାରିବେ । ଏହାଦ୍ୱାରା ତ୍ୱଚାରେ ଚମକପଣ ଆସିବା ସହିତ ସୁସ୍ଥ ଦେଖାଯିବ । ସେଥିପାଇଁ ନିୟମିତ କମଳା  ବ୍ୟବହାର କରନ୍ତୁ । ଏଥିରେ ଭିଟାମିନ୍ ସି ଭରପୁର ମାତ୍ରାରେ ଥାଏ । କମଳାକୁ ବ୍ୟବହାର କରିବା ଦ୍ୱାରା ଚର୍ମ ସମସ୍ୟା ଦୂର ହେବା ସହ ତ୍ୱଚାରେ ଚମକ ଆସିଥାଏ ।

ଶୁଖିଲା ତ୍ୱଚା: କମଳା ଚୋପାରେ ଦୁଇ ଚାମଚ ମହୁ ପକାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁ ଏବଂ ବେକରେ ଲଗାନ୍ତୁ । ଏହା ଶୁଖିଗଲା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଗ୍ଲୋଇଙ୍ଗ ତ୍ୱଚା ପାଇଁ ଏହି ଫେସ୍ ପ୍ୟାକ୍ ସବୁଠାରୁ ଭଲ ଅଟେ ।

ତେଲିଆ ତ୍ୱଚା: ତେଲିଆ ତ୍ୱଚା କେବଳ ଦେଖିବାକୁ ଖରାପ ଲାଗିନଥାଏ ବରଂ ଏହାଦ୍ୱାରା ଅନେକ ଚର୍ମ ସମସ୍ୟା ଦେଖାଦେଇଥାଏ । ଏହାକୁ ସମସ୍ୟାକୁ ଦୂର କରିବାର ସବୁଠାରୁ ଭଲ ଉପାୟ ହେଉଛି କମଳା । ଏଥିରେ ଥିବା ଏସ୍ର୍ଟିଂଜେଂଟ ତତ୍ୱ ତ୍ୱଚାରେ ଥିବା ଅତ୍ୟଧିକ ତେଲିଆ ପଣକୁ ନିୟନ୍ତ୍ରଣ କରିଥାଏ ।

ବ୍ରଣ: ଗୋଟେ ଛୋଟ ଚାମଚ କମଳା ଚୋପା ଗୁଣ୍ଡରେ ଏକ ଛୋଟ ଚାମଚ ଲିମ୍ବ ପାଉଡର ଏବଂ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ବନାନ୍ତୁ । ଏହାକୁ ତ୍ୱଚାରେ ଲଗାନ୍ତୁ ଏବଂ ଶୁଖିବା ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ ।

ଟ୍ୟାନିଙ୍ଗ୍: ଗୋଟେ ବଡ ଚାମଚ କମଳା ଚୋପା ଗୁଣ୍ଡରେ ଦୁଇ ଚାମଚ ଦହି ଏବଂ ଟମାଟ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କଲା ପରେ ଏହାକୁ ପୂରା ତ୍ୱଚାରେ ଲଗାନ୍ତୁ । ୧୦ ରୁ ୧୨ ମିନିଟ୍ ପରେ ଥଣ୍ଡା ପାଣିରେ ତ୍ୱଚା ଧୋଇ ଦିଅନ୍ତୁ । ସପ୍ତାହରେ ଏଭଳି ଦୁଇ ରୁ ତିନି ଥର କରିବା ଦ୍ୱାରା ଟ୍ୟାନିଙ୍ଗ ସମସ୍ୟା ଦୂର ହୋଇଥାଏ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.