ଜାଣନ୍ତୁ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜା କରିବାର ମହତ୍ୱ

ଜାଣନ୍ତୁ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜା କରିବାର ମହତ୍ୱ

ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।

ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି । ଧାର୍ମିକ ମାନ୍ୟତା ଅନୁସାରେ ପତି-ପତ୍ନୀ ଏକାଠି ବସି ପୂଜା କରିବା ଦ୍ୱାରା ଅଧିକ ପୂଣ୍ୟ ପ୍ରାପ୍ତି ହୋଇଥାଏ । ସେହିପରି ବିବାହ ପରେ ଏକୁଟିଆ ପୂଜାର୍ଚ୍ଚନା କରିବା ଦ୍ୱାରା ସେହି ପୂଜାର କୌଣସି ପ୍ରକାରର ମହତ୍ୱ ନଥାଏ ।

ପ୍ରକୃତରେ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପତି-ପତ୍ନୀ କେବଳ ପୂଜା ପାଠରେ ନୁହଁନ୍ତି ବରଂ ତୀର୍ଥ ଭଳି ଧର୍ମ କର୍ମ ଏକାଠି କରିବା ଉଚିତ୍ । ବୈବାହିକ ଜୀବନରେ ଧର୍ମ କର୍ମ ଏକାଠି କରିବା ଦ୍ୱାରା ଦମ୍ପତିଙ୍କ ମଧ୍ୟରେ ଭଲ ତାଳମେଳ ରହିଥାଏ । ଏହାସହିତ ସମ୍ପର୍କ ମଜବୁତ ହେବା ସହ କଳହ କମ ହୁଏ । ଦୁହିଁଙ୍କ ମଧ୍ୟରେ ଭଲ ପାଇବା ବଢିଥାଏ ।

ବିବାହ ସମୟରେ ଦିଆଯାଇଥିବା ସାତ ବଚନ ମଧ୍ୟରୁ ଗୋଟେ ବଚନ ହେଉଛି ବିବାହ ପରେ କୌଣସି ବ୍ରତ , ଧର୍ମ କର୍ମରେ ଯିବାକୁ ହେଲେ ମତେ ବି ସାଥୀରେ ନେଇ ଯାଆନ୍ତୁ । ଏହି କାରଣ ଯୋଗୁଁ ବିବାହ ପରେ ପତି ପତ୍ନୀଙ୍କୁ ଏକୁଟିଆ ପୂଜା କରିବା ଉଚିତ୍ ନୁହେଁ । ଏହାସହିତ କୌଣସି ତୀର୍ଥ ସ୍ଥାନକୁ ବି ଏକୁଟିଆ ଯିବା ଉଚିତ୍ ନୁହେଁ ।ଏକୁଟିଆ ପୂଜା କରିବା ଦ୍ୱାରା କୌଣସି ମନସ୍କାମନା ପୂରଣ ହୋଇନଥାଏ କି ଯାତ୍ରା ବି ସଫଳ ହୋଇନଥାଏ । ଯଦି ଆପଣ ଆପଣଙ୍କର ମନସ୍କାମନା ପୁରଣ କରିବାକୁ ଚାହୁଁଛନ୍ତି ତେବେ ପତି-ପତ୍ନୀ ଏକାଠି ପୂଜାରେ ବସନ୍ତୁ ।

ଯଦି ଆମେ ଧାର୍ମିକ ଗ୍ରନ୍ଥ କଥା କହିବା ତେବେ ଏଭଳି ଅନେକ ଉଦାହରଣ ରହିଛି । ଯେଉଁଠି ମହିଳାଙ୍କୁ ପୁରୁଷଙ୍କ ଶକ୍ତି ବୋଲି କୁହାଯାଇଛି । ସେ ତେଣିକି ରାଧା-କୃଷ୍ଣ ହୁଅନ୍ତୁ ଅବା ରାମ-ସୀତା । ଦେବତାଙ୍କ ପୂର୍ବରୁ ଶକ୍ତିଙ୍କ ନାମ ଉଚାରଣ କରାଯାଇଥାଏ । ପତ୍ନୀଙ୍କ ବିନା ପତି ଦ୍ୱାରା କରାଯାଇଥିବା ଧାର୍ମିକ କାମ ଅଧାରେ ରହି ଯାଇଥାଏ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.