ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ "ଚିକେନ ବେସର ପୋଡା"

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ "ଚିକେନ ବେସର ପୋଡା"

କଟା ଚିକେନକୁ ଭଲ ଭାବରେ ଧୋଇ ସେଥିରେ ସୋରିଷ ତେଲ, ଅଦା ଓ ରସୁଣ ପେଷ୍ଟ, ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ ଓ ଧନିଆଗୁଣ୍ଡ ପକେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ।

ଆବଶ୍ୟକ ସାମଗ୍ରୀ

  • ଚିକେନ୍
  • ଦରାକର ଅନୁସାରେ ଅଦା ଓ ରସୁଣ ପେଷ୍ଟ
  • କିଛି କଟା ପିଆଜ
  • ଦରକାର ଅନୁସାରେ ଲୁଣ ଓ ହଳଦୀ
  • ୫୦ ଗ୍ରାମ୍ ସୋରିଷ ତେଲ
  • କିଛି ଲଙ୍କାଗୁଣ୍ଡ ,ଜିରାଗୁଣ୍ଡ ଓ ଧନିଆଗୁଣ୍ଡ
  • ପୋଡିବା ପାଇଁ କଦଳିପତ୍ର କିମ୍ବା ଶାଳପତ୍ର

ପ୍ରସ୍ତୁତି ପ୍ରଣାଳୀ

  କଟା ଚିକେନକୁ ଭଲ ଭାବରେ ଧୋଇ ସେଥିରେ ସୋରିଷ ତେଲ, ଅଦା ଓ ରସୁଣ ପେଷ୍ଟ, ସ୍ୱାଦ ଅନୁସାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଜିରାଗୁଣ୍ଡ ଓ ଧନିଆଗୁଣ୍ଡ ପକେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ଏହି ଗୋଳା ଚିକେନକୁ କଦଳୀ ପତ୍ର କିମ୍ବା ଶାଳ ପତ୍ରରେ ରେ ୩ରୁ ୫ ପରସ୍ତ କରି ଗୁଡେଇ ବାନ୍ଧି ଦିଅନ୍ତୁ। ଏବେ ଚୁଲିରେ କଡ଼ାଇ ବସାଇ ଏହି ଉକ୍ତ ପତ୍ରରେ ବନ୍ଧା ଚିକେନକୁ ରଖନ୍ତୁ। ବନ୍ଧା ଚିକେନ ଉପରେ ପୋଡା ଅଙ୍ଗାର ନିଆଁ ମଧ୍ୟ ରଖି ଦିଅନ୍ତୁ। ଚୁଲିରେ କାଠ ନିଆଁ ଧୀରେ ଧୀରେ ଜାଳନ୍ତୁ। କିଛି ସମୟ ଭିତରେ ଚିକେନରୁ ପାଣି କଡେଇରେ ଆସିବ, ଏହି ପାଣି ଶୁଖିଗଲା ପରେ ଚିକେନକୁ ବାହାରକରି କଟା ପିଆଜ ସହିତ ପରଶି ଦିଅନ୍ତୁ

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.