ଗୁରୁତର ଲାଲୁ ପ୍ରସାଦ ଯାଦବ

ଗୁରୁତର ଲାଲୁ ପ୍ରସାଦ ଯାଦବ

ବିହାରର ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ଅଧ୍ୟକ୍ଷ ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଛି।

ବିହାରର ମୁଖ୍ୟମନ୍ତ୍ରୀ ତଥା ଆରଜେଡିର ଅଧ୍ୟକ୍ଷ ଲାଲୁ ପ୍ରସାଦଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଛି। ଚାରା ଘୋଟାଲାରେ ଦଣ୍ଡାଦେଶ ପରେ ରାଞ୍ଚିର ରିମ୍ସରେ ଚିକିତ୍ସା ଚାଲିଥିଲା। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ମେଡିକାଲ ବୋର୍ଡ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ରିମ୍ସକୁ ଦିଲ୍ଲୀ ଏମ୍ସକୁ ଏୟାର ଲିଫ୍ଟ କରାଯାଇଥିଲା।

ଲାଲୁ ପ୍ରସାଦ ଯାଦବ କିଡନୀ ରୋଗରେ ଆକ୍ରାନ୍ତ। କ୍ରିଏଟିନୀନ ସ୍ତରର ଗତ ୧୦ ଦିନରେ ୪.୧ରୁ ବଢି ୪.୬ରେ ପହଞ୍ଚିଛି। ଏହାଛଡା ତାଙ୍କ ହୃତପିଣ୍ଡ ସମସ୍ୟାକୁ ନଜରରେ ରଖି ରିମ୍ସର ଡାକ୍ତରୀ ବୋର୍ଡ ତାଙ୍କ ଚିକିତ୍ସା ପାଇଁ ଏମ୍ସ ରେଫର କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ, ରିମ୍ସରେ ଲାଲୁ ପ୍ରସାଦ ଯାଦବଙ୍କ ଚିକିତ୍ସା ଏମ୍ସ ଗାଇଡଲାଇନ ଅନୁସାରେ ଚାଲିଥିଲା। ଔଷଧରେ କେବଳ ମାମୁଲି ପରିବର୍ତ୍ତନ କରାଯାଇଥିଲା। ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ସଂଧ୍ୟା ସାଢେ ୬ଟାରେ ଚାର୍ଟର୍ଡ ପ୍ଲେନରେ ଝିଅ ସୀମା ଭାରତୀଙ୍କ ସହ ଏମ୍ସ ସ୍ଥାନାନ୍ତର କରାଯାଇଥିଲା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.