ଅଫେରା ରାଇଜରେ କମଳ ଦେଶର ରାଜକୁମାର ପ୍ରଫୁଲ୍ଲ କର

ଅଫେରା ରାଇଜରେ କମଳ ଦେଶର ରାଜକୁମାର ପ୍ରଫୁଲ୍ଲ କର

ଅଫେରା ରାଇଜରେ କମଳ ଦେଶର ରାଜକୁମାର ତଥା ଓଡ଼ିଆ ସଂଗୀତ ଜଗତର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ଓ ଗୀତିକାର ପ୍ରଫୁଲ୍ଲ କର ।

ଅଫେରା ରାଇଜରେ କମଳ ଦେଶର ରାଜକୁମାର ତଥା ଓଡ଼ିଆ ସଂଗୀତ ଜଗତର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ଓ ଗୀତିକାର ପ୍ରଫୁଲ୍ଲ କର । ସବୁଦିନ ପାଇଁ ନୀରବି ଯାଇଛନ୍ତି କମଳ ଦେଶର ରାଜକୁମାର । 83 ବର୍ଷ ବୟସରେ ଆଖି ବୁଜିଛନ୍ତି ସଙ୍ଗୀତ ଯାଦୁକର ପ୍ରଫୁଲ୍ଲ । ରବିବାର ରାତି ୯.୩୦ରେ ପ୍ରଫୁଲ କରଙ୍କ ଦେହାନ୍ତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ତାଙ୍କ ପୁଅ ମହାଦୀପ କର । ଭୁବନେଶ୍ବର ସତ୍ୟନଗର ବାସଭବନରେ ତାଙ୍କର ଦେହାନ୍ତ ହୋଇଛି । ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ତାଙ୍କ ବିୟୋଗରେ ସ୍ତବ୍ଧ ହୋଇଯାଇଛି କଳାଜଗତ । ବିଶିଷ୍ଟ କଣ୍ଠଶିଳ୍ପୀ, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା, ରାଜନେତା ପ୍ରଫୁଲ୍ଲଙ୍କ ବାସଭାବନକୁ ଯାଇ ଶେଷଦର୍ଶନ କରିଛନ୍ତି । ଆଜି ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.