ଆଜି ଘଡଘଡି ସହ ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋୱାର୍ନିଙ୍ଗ

ଆଜି ଘଡଘଡି ସହ ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋୱାର୍ନିଙ୍ଗ

ରାଜ୍ୟରେ ପଶ୍ଚିମା ଝଡ଼଼ ପ୍ରଭାବରେ କାଳବୈଶାଖୀ ବର୍ଷା ଲାଗି ରହିଛି । ସପ୍ତାହେରୁ ଅଧିକ ସମୟ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ଲାଗି ରହିଛି।ଆଜି ୬ଟି ଜିଲ୍ଲାରେ ପ୍ରବଳ ବର୍ଷା(୭ରୁ ୧୧ ସେମି) ହେବ।

ରାଜ୍ୟରେ ପଶ୍ଚିମା ଝଡ଼଼ ପ୍ରଭାବରେ କାଳବୈଶାଖୀ ବର୍ଷା ଲାଗି ରହିଛି । ସପ୍ତାହେରୁ ଅଧିକ ସମୟ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ଲାଗି ରହିଛି।ଆଜି ୬ଟି ଜିଲ୍ଲାରେ ପ୍ରବଳ ବର୍ଷା(୭ରୁ ୧୧ ସେମି) ହେବ। ମାତ୍ର ସମସ୍ତ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯିବା ସହ ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 

ସୂଚନାନୁଯାୟୀ, ଗତକାଲି ଅପରାହ୍ଣରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳରେ ଅଧଘଣ୍ଟା ଭିତରେ ୫ ହଜାରରୁ ଅଧିକ ଥର ବିଜୁଳି ମାରିଥିବା ସୂଚନା ମିଳିଛି । ୩୦ ମିନିଟରେ ବାସୁଦେବପୁର ଅଞ୍ଚଳରେ ୫ ହଜାର ୪ ଶହ ଥର ବିଜୁଳି ମାରିଛି । ତେବେ ଏହି ବିଜୁଳି ଓ ବଜ୍ରପାତରେ ୫ ଜଣଙ୍କ ମୃତ୍ଯୁ ଘଟିଥିବା ସୂଚନା ।ଏପ୍ରିଲ ପହିଲା ତଥା ଓଡ଼ିଶା ଦିବସରେ କେତେକ ଜିଲ୍ଲାରେ ପଶ୍ଚିମା-ଝଡ଼ ସର୍ବାଧିକ ପ୍ରଭାବ ପକାଇବ। କୁଆପଥର ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ହୋଇପାରେ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.